ମେଟ୍ରୋ ଟିଭି ଓଡିଶା,୧୬/୧: ଚକୋଲେଟ୍ ରାପରରେ ଜଗନ୍ନାଥ ଫଟୋକୁ ନେଇ ଏବେ ବିବାଦରେ କିଟକ।ଟ୍ କମ୍ପାନୀ । ଏହି ଫଟୋକୁ ନେଇ ଥାନାରେ ଏତଲା ଦେଇଛି ହିନ୍ଦୁସେନା । କଟକ କ୍ୟାଣ୍ଟନମେଣ୍ଟ ଥାନାରେ ଏ ନେଇ ଏକ ଏତଲା ଦେଇଛନ୍ତି ସଂଗଠନର କର୍ମକର୍ତ୍ତା। ଚକଲେଟ ଜରି ରାସ୍ତାଘାଟରେ ଏଣେତେଣେ ପଡ଼ୁଥିବାରୁ ଜଗନ୍ନାଥଙ୍କ ପ୍ରତି ଏହା ଅସମ୍ମାନ ବୋଲି ହିନ୍ଦୁସେନା ପକ୍ଷରୁ ଏତଲାରେ ଦର୍ଶାଯାଇଛି।
image credit-twitter
ସୂଚନା ଅନୁଯାୟୀ , ଏହି ଚକୋଲେଟକୁ ପିଲାମାନେ ଖାଇସାରିବା ପରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଫଟୋ ମୁଦ୍ରିତ ଖୋଳକୁ ଏଣେତେଣେ ଫୋପାଡିବା ଫଳରେ ଅଜାଣତରେ କିଏ ଏହା ଉପରେ ଛେପ ପକାଉଛନ୍ତି ତ ଆଉ କିଏ ପାଦରେ ମାଡୁଛନ୍ତି ଏପରିକି ପରିସ୍ରା ମଧ୍ୟ କରୁଛନ୍ତି। ଏହା ଫଳରେ କୋଟି କୋଟି ହିନ୍ଦୁ ଧର୍ମାବଲମ୍ବୀଙ୍କ ମନରେ ଗଭୀର ଆଘାତ ହେବା ସହ ସନାତନ ଧର୍ମ ପ୍ରତି ଗଭୀର କୁଠାରଘାତ ହେଉଛି। ଏହା ଏକ ଦଣ୍ଡନୀୟ ଅପରାଧ ବୋଲି ହିନ୍ଦୁ ସେନା ପକ୍ଷରୁ ଦର୍ଶାଯାଇଛି। ଜଗନ୍ନାଥଙ୍କ ଫଟୋକୁ ତୁରନ୍ତ ହଟାଇବା ସହିତ ଉକ୍ତ କମ୍ପାନୀ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି ହିନ୍ଦୁସେନା।