ମୁମ୍ବାଇ ଗସ୍ତରେ ଯିବେ ନବୀନ

ମୁମ୍ବାଇଠାରେ ଆସନ୍ତା ୧୪ତାରିଖରେ ‘ଓଡ଼ିଶା ଇନଭେଷ୍ଟର୍ସ ମିଟ୍‍’ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ସେଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ ବୋଲି ଜଣାପଡିଛି। ମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ନିବେଶକଙ୍କୁ ଭେଟିବା କାର୍ଯ୍ୟକ୍ରମ ସ୍ଥିର କରାଯାଇଛି। ଆସନ୍ତା ୧୩ ତାରିଖରେ ୩ ଦିନିଆ ମୁମ୍ୱାଇ ଗସ୍ତରେ ମୁଖ୍ୟମନ୍ତ୍ରୀ ମୁମ୍ବାଇ ଯିବାର କାର୍ଯ୍ୟକ୍ରମ ରହିଛି। ପୂର୍ବରୁ ଦିଲ୍ଲୀ ଯାଇ ମଧ୍ୟ ଏପରି ଶିଳ୍ପପତୀମାନଙ୍କୁ ଭେଟି ଆଲୋଚନା କରିଥିଲେ ।

ଆସନ୍ତା ନଭେମ୍ୱରରେ ‘ମେକ୍‍ ଇନ୍‍ ଓଡ଼ିଶା-୨୦୨୨’ କନକ୍ଲେଭ୍‍ ହେବାକୁ ଯାଉଛି। ଏହି ସମ୍ମିଳନୀକୁ ନିବେଶକମାନଙ୍କୁ ନିମନ୍ତ୍ରଣ କରିବା ସହ ରାଜ୍ୟରେ ଥିବା ପୁଞ୍ଜିନିବେଶ ସୁଯୋଗର ପ୍ରଚାରପ୍ରସାର ପାଇଁ ମୁଖ୍ୟମନ୍ତ୍ରୀ ଏହି ଗସ୍ତ କରୁଥିବା ଜଣାପଡିଛି।