ଓଡ଼ିଶା ଉପରେ ଏବେ ବିଜେପିର ଆଖି। ଆଉ ଦେଢ଼ ବର୍ଷ ରହିଲା ସାଧାରଣ ନିର୍ବାଚନ । ତା ପୂର୍ବରୁ ଦଳ ସଜାଡିବାକୁ ବିଜେପି ଏବେ ସଂଗଠନ ସଜାଡିବାକୁ ଲାଗିିଛି । ଓଡ଼ିଶା ପାଇଁ ନୂଆ ପ୍ରଭାରୀ ସୁନିଲ ବଂଶଲଙ୍କୁ ନିଯୁକ୍ତି ଦିଆଯିବା ପରେ ଏବେ ରାଜ୍ୟକୁ କେନ୍ଦ୍ରମନ୍ତ୍ରୀଙ୍କ ଘନ ଘନ ଗସ୍ତ ହେଉଛି । ଏହାରି ଭିତରେ ଗତକାଲି କେନ୍ଦ୍ର ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ କହିଛନ୍ତି ଆମେ 2024ରେ ସରକାର ଗଠନ କରିବୁ । କାରଣ ସିବିଆଇ ଏବଂ ଇଡି ଆଗାମୀ ଦିନରେ ବହୁ ନେତାଙ୍କୁ ଗିରଫ କରିପାରେ । ଯାହା ଫଳରେ ବିଜେଡିରେ ଫାଟ ସୃଷ୍ଟି ହୋଇପାରେ । ଏବେ କେନ୍ଦ୍ର ମନ୍ତ୍ରୀମାନଙ୍କ ଓଡ଼ିଶାକୁ ତୁହାକୁତୁହା ଗସ୍ତ ଫଳରେ ରାଜ୍ୟ ରାଜନୀତି ସରଗରମ ହେଲାଣି। ଏପଟେ ଓଡ଼ିଶାରୁ ରାଷ୍ଟ୍ରପତି ପ୍ରାର୍ଥୀ ଚୟନ ପରେ ଏବେ ନୂଆଦିଲ୍ଲୀରେ ଭିନ୍ନ ଏକ ଚର୍ଚ୍ଚା ଆରମ୍ଭ ହୋଇଛି। ଆଗକୁ କିଛି ରାଜ୍ୟରେ ନୂଆ ରାଜ୍ୟପାଳ ନିଯୁକ୍ତି ଓ ରାଜ୍ୟସଭାର ଖାଲି ପଡ଼ିଥିବା ତିନି ମନୋନୀତ ସଦ୍ୟସଙ୍କ ଚୟନ ପ୍ରସଙ୍ଗ ବେଳେ ମଧ୍ୟ ଓଡ଼ିଶାକୁ ଗୁରୁତ୍ବ ମିଳିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଗଲାଣି। ତେବେ ଆଗାମୀ ଦିନରେ ଦେଖାଯିବ ବିଜେପି ର ରଣନୀତିରେ ବିଜେଡିକୁ କିଭଳି ଟକ୍କର ଦେଉଛି ବିଜେପି ।
Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ
Prev Post
Next Post