ପୋଲାଭରମ ମାମଲାରେ ଆପୋଷ ଆଲୋଚନା ଜରୁରୀ: ସୁପ୍ରିମକୋର୍ଟଙ୍କ ପରାମର୍ଶ

ବିବାଦୀୟ ପୋଲାଭରମ ପ୍ରକଳ୍ପକୁ ନେଇ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ କରିବାକୁ ସୁପ୍ରିମକୋର୍ଟ କରିଛନ୍ତି । ରାଜ୍ୟ ରାଜ୍ୟ ମଧ୍ୟରେ ସୃଷ୍ଟି ହୋଇଥିବା ଚିନ୍ତା ଓ ଆଶଙ୍କାକୁ ଦୂର କରିବା ପାଇଁ ଆପୋସ ଆଲୋଚନା ଉପରେ ଗୁରୁତ୍ବ ଦେଇଛନ୍ତି ସୁପ୍ରିମକୋର୍ଟ।

ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଛତିଶଗଡ଼ ଓ ତେଲେଙ୍ଗାନାକୁ ନେଇ ଏହି ପ୍ରସଙ୍ଗରେ ଏକ ଉଚ୍ଚସ୍ତରୀୟ ବୈଠକ କରିବାକୁ କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟ ଓ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟକୁ ନିର୍ଦ୍ଦେଶ ଦେଇଛନ୍ତି।

ଦୀର୍ଘ ୩୦ ମାସର ବ୍ୟବଧାନ ପରେ ବିବାଦୀୟ ପୋଲାଭରାମ ପ୍ରକଳ୍ପର ଶୁଣାଣି ଆଜି ସୁପ୍ରିମକୋର୍ଟଙ୍କ ନୂଆ ଖଣ୍ଡପୀଠରେ ହୋଇଥିଲା।ଖଣ୍ଡପୀଠ କହିଛନ୍ତି, ଏକ ମାସ ମଧ୍ୟରେ ପ୍ରଥମ ବୈଠକ ପରେ ନିୟମିତ ବ୍ୟବଧାନରେ ବୈଠକ ବସୁ। ବୈଠକ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯିବା ସହ ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୭କୁ ଧାର୍ଯ୍ୟ ହୋଇଛି।