ବାଂଲାଦେଶକୁ ହରାଇଲା ଶ୍ରୀଲଙ୍କା
ଏସିଆ କପରେ ବାଂଲାଦେଶକୁ ହରାଇ ବିଦା କରିଛି ଶ୍ରୀଲଙ୍କା। ଶ୍ରୀଲଙ୍କା ୨ ୱିକେଟରେ ବାଂଲାଦେଶକୁ ରୋମାଞ୍ଚକର ଢଙ୍ଗରେ ହରାଇ ଦେଇଛି। ଏହି ବିଜୟ ସହ ଗ୍ରୁପ ବିରୁ ଶ୍ରୀଲଙ୍କା ସୁପର ୪ରେ ପ୍ରବେଶ କରିଛି।
ସେହିପରି କ୍ରମାଗତ ଦ୍ୱିତୀୟ ପରାଜୟ ସହ ଏସିଆ କପର ୧୫ତମ ସଂସ୍କରଣରୁ ବାଂଲାଦେଶ ବିଦାୟ ନେଇଛି।
ଗ୍ରୁପ ବି’ରୁ ଆଫଗାନିସ୍ତାନ ଓ ଶ୍ରୀଲଙ୍କା ସୁପର ୪ କୁ ଯାଇଛନ୍ତି। ମ୍ୟାଚ୍ରେ ୧୮୪ ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଶ୍ରୀଲଙ୍କା ୧୯.୨ ଓଭରରେ ୮ ୱିକେଟ୍ ହରାଇ ମ୍ୟାଚ୍ ଜିତି ନେଇଥିଲା। କୁଶାଲ ମେଣ୍ଡିସ ୬୦ ଏବଂ ଅଧିନାୟକ ଦାସୁନ ସନକା ୪୫ ରନ୍ କରିଥିଲେ। ବିଶେଷକରି ଅସିଥ୍ ଫର୍ଣ୍ଣାଣ୍ଡୋ ୩ ବଲ୍ରୁ ୧୦ ରନ୍ କରି ଶ୍ରୀଲଙ୍କାକୁ ବିଜୟ ଦେଇଥିଲେ । ଏହି ମ୍ୟାଚ୍ରେ ଶ୍ରୀଲଙ୍କା ଟସ୍ ଜିତିଥିଲା । ବାଂଲାଦେଶକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ବାଂଲାଦେଶ ୭ ୱିକେଟ୍ ହରାଇ ୧୮୩ ରନ୍ କରିଥିଲା। ଅଫିଫ୍ ହୁସେନ ୩୯, ସର୍ବାଧିକ ରନ୍ କରିଥିଲା ବେଳେ ଓପନର୍ ହାସନ ମିରାଜ ୩୮, ମହମୁଦୁଲ୍ଲା ୨୭, ଅଧିନାୟକ ସକିବ ଅଲ୍ ହାସନ ୨୪ ଓ ମୋସାଦେକ ହୁସେନ ୯ ବଲ୍ରୁ ବିସ୍ଫୋରକ ୨୪ ରନ୍ର ଉପଯୋଗୀ ପାଳି ଖେଳି ଥିଲେ।