କେଜରିଓ୍ବାଲଙ୍କୁ ମଦ ଦୋକାନ ବନ୍ଦ କରିବା ପାଇଁ କହିଲେ ଆନ୍ନା ହଜାରେ

ଦିଲ୍ଲୀରେ ମଦ ଦୋକାନ କୁ ଅଧିକ ଅନୁମତି ଦେବାକୁ ଦେଇ ଆନ୍ନା ହଜାରେ କେଜରିଓ୍ବାଲଙ୍କ ଉପରେ ବର୍ଷିଛନ୍ତି । ସ୍ବରାଜ ପୁସ୍ତକରେ ବଡ଼ ବଡ଼ କଥା ଲେଖିଥିବା ଅରବିନ୍ଦ କେଜରିଓ୍ବାଲଙ୍କ ଆଚରଣରେ ଓଲଟା ସବୁ କରୁଥିବା ସେ ଲେଖିଛନ୍ତି । ମୁଖ୍ୟମନ୍ତ୍ରୀ ହେବା ପରେ ସବୁ ଆଦର୍ଶ, ଆଚରଣ ଭୁଲି ଯାଇଥିବା କହିଛନ୍ତି ଆନ୍ନା ହଜାରେ । ମଦ ବିଡି, ସିଗାରେଟ ବିକ୍ରିକୁ ଦିନେ ବିରୋଧ କରି ଆପଣ ଅନେକ କଥା କହୁଥିଲେ । କିନ୍ତୁ ସରକାର ଆସିବା ପରେ ଏବେ ସେ ସବୁକୁ ପ୍ରଶୟ କିପରି ଦେଉଛନ୍ତି ବୋଲି ସେ କହିଛନ୍ତି । 2012ରେ ଯେଉଁ ନୀତି ଆଦର୍ଶରେ ମୋ ସହ ଆପଣ ଆନ୍ଦୋଳନ କରୁଥିଲେ ସେ ସବୁ କେମିତି ଏତେ ଶୀଘ୍ର ଭୁଲିଗଲେ ବୋଲି କହିଛନ୍ତି ଆନ୍ନା ହଜାରେ ।