ପାକିସ୍ତାନକୁ ହରାଇଲା ଭାରତ

ଏସିଆ କପ ମ୍ୟାଚରେ ପାକିସ୍ତାନକୁ 5 ଉଇକେଟରେ ପରାସ୍ତ କରିଛି ଟିମ ଇଣ୍ଡିଆ । ୧୪୮ ରନ୍ ଟାର୍ଗେଟକୁ ହାସଲ କରିଛି ରୋହିତ ବାହିନୀ ।

ଭାରତ ୫ ଓ୍ବିକେଟ୍‌ରେ ପାକିସ୍ତାନକୁ ହରାଇଛି । ପାକିସ୍ତାନ ବିପକ୍ଷରେ ଶେଷ ଓଭରରେ ଟିମ୍ ଇଣ୍ଡିଆର ଦମଦାର୍ ବିଜୟ ହୋଇଛି। ଛକା ମାରି ଜିତାଇଛନ୍ତି ହାର୍ଦ୍ଦିକ।

କେଏଲ ରାହୁଲ ଶୂନରେ ଆଉଟ ହେବା ପରେ ଅଧିନାୟକ ରୋହିତ ଶର୍ମା  12 ରନରେ ଆଉଟ ହୋଇଥିଲେ । ତେବେ ବିରାଟ କୋହଲି  35 ରନ କରି ଆଉଟ ହୋଇଥିଲେ ।  ଏହାପରେ ସୂର୍ଯ୍ୟକୂମାର ଯାଦବ 18 ରନ , ଜାଡେଜା 29 ରନରେ 35 ରନ କରି ଶେଷ ଓଭରରେ ଆଉଟ ହୋଇଥିଲେ । ହାର୍ଦିକ ପାଣ୍ଡ୍ୟା 17 ବଲରେ 33 ରନ କରି ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପାଇଥିଲେ। ଦିନେଶ କାର୍ତ୍ତିକ ଶେଷକୁ ଆସି 1 ରନ କରିଥିଲେ ।

  ପାକିସ୍ତାନ ନିର୍ଦ୍ଧାରିତ ୨୦ ଓଭର ପୂର୍ବରୁ ସମସ୍ତ ୱିକେଟ ହରାଇ ୧୪୭ ରନ୍ କରିଥିଲା । ପାକିସ୍ତାନ ପକ୍ଷରୁ ମହମ୍ମଦ ରିଜଓ୍ୱାନ୍  ସର୍ବାଧିକ ୪୩ ଓ ଇଫତିଖାର ଅହମ୍ମଦ ୨୮ ରନ୍ କରିଥିଲେ। ଭାରତ ପକ୍ଷରୁ ଭୁବନେଶ୍ୱର କୁମାର ୪, ହାର୍ଦ୍ଦିକ ପାଣ୍ଡ୍ୟା ୩ଟି, ଅର୍ଶଦୀପ ସିଂହ ଓ ଅଭେସ ଖାନ୍ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।