ଏସିଆ କପ ପାଇଁ ରୋହିତବାହିନୀ ରେଡି
ଏସିଆ କପ୍ରେ ଭାରତ ତା’ର ପ୍ରଥମ ମ୍ୟାଚ୍ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ବିପକ୍ଷରେ ଆସନ୍ତା ୨୮ ତାରିଖରେ ଖେଳିବ। ୨୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଏସିଆ କପ୍ କ୍ରିକେଟ୍ ।
ସଂପ୍ରତି ଜାତୀୟ କ୍ରିକେଟ୍ ଏକାଡେମିର ମୁଖ୍ୟ ଥିବା ଲକ୍ଷ୍ମଣଙ୍କୁ ଆନୁଷ୍ଠାନିକ ଭାବେ ବିସିସିଆଇ ଏହି ପ୍ରତିଯୋଗିତା ଲାଗି ଭାରତର ପ୍ରଶିକ୍ଷକ ଘୋଷଣା କରିଛି। ଦ୍ରାବିଡ଼ଙ୍କ ସ୍ବାସ୍ଥ୍ୟାବସ୍ଥା ଦ୍ରୁତ ଗତିରେ ସୁଧୁରୁ ଥିବାରୁ କେବଳ କିଛି ମ୍ୟାଚ୍ ଲାଗି ଲକ୍ଷ୍ମଣ ଭାରତୀୟ ଦଳର ପ୍ରଶିକ୍ଷକ ଦାୟିତ୍ବ ତୁଲାଇବେ ବୋଲି ଜଣାପଡ଼ିଛି ।
ଚଳିତମାସ ୨୭ ତାରିଖରୁ ୟୁଏଇରେ ଆରମ୍ଭ ହେବ ଏସିଆ କପ୍ । ଟ୍ବେଣ୍ଟି-୨୦ ଫର୍ମାଟ୍ରେ ଖେଳାଯିବାକୁ ଥିବା ଏହି ୬ ଦଳିଆ ପ୍ରତିଯୋଗିତା ସେପ୍ଟେମ୍ବର ୧୧ରେ ଶେଷ ହେବ। ଭାରତ, ପାକିସ୍ତାନ, ବାଂଲାଦେଶ, ଶ୍ରୀଲଙ୍କା ଓ ଆଫଗାନିସ୍ତାନ ସହ ୟୁଏଇ, କୁଏତ, ସିଙ୍ଗାପୁର, ହଂକଂ ମଧ୍ୟରୁ ଗୋଟିଏ ଦଳ ଯୋଗ୍ୟତା ପର୍ଯ୍ୟାୟ ଦେଇ ଆସିବ। ଭାରତ ତା’ର ଅଭିଯାନ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ବିପକ୍ଷରେ ଆରମ୍ଭ କରିବ। ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), କେଏଲ୍ ରାହୁଲ (ଉପଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡା, ଋଷଭ ପନ୍ତ, ଦୀନେଶ କାର୍ତ୍ତିକ, ହାର୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଦେଜା, ଆର ଅଶ୍ବିନ, ୟୁଝବେନ୍ଦ୍ର ଚହଲ, ରବି ବିଷ୍ଣୋଇ, ଭୁବନେଶ୍ବର କୁମାର, ଅର୍ଶଦୀପ ସିଂହ, ଅୱେଶ ଖାନ୍।