ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ (ଏନଏଚଏ) ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକର ଡାକ୍ତରଖାନା, କ୍ଲିନିକ ଓ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ କେନ୍ଦ୍ରରେ ଭଳି ସ୍ୱାସ୍ଥ୍ୟ ସେବା ସଂସ୍ଥାନଗୁଡିକରେ ଡିଜିଟାଇଜେସନ ପ୍ରୋତ୍ସାହିତ କରିବା ପାଇଁ ହାର୍ଡୱେର ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ଏହି ନିର୍ଦ୍ଦେଶାବଳୀ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ (ଏବିଡିଏମ) ଉପଯୋଗୀ ଆପ୍ଲିକେସନଗୁଡିକୁ ସଞ୍ଚାଳିତ କରିବାକୁ ଆଇଟି ହାର୍ଡୱେର (ବିଭିନ୍ନ ହାର୍ଡୱେର ଉପକରଣର ଆଇଟି ବିବରଣ ସହ) ଯୋଜନା, ମୂଲ୍ୟାୟନ ଓ ଖରିଦ ପାଇଁ ମୈାଳିକ ଭିତ୍ତିଭୂମି ପ୍ରସ୍ତୁତ କରିବ ।
ଏହି ପଦକ୍ଷେପ ସମ୍ପର୍କରେ ସିଇଓ, ଏନଏଚଏ, ଡା. ଆର.ଏସ. ଶର୍ମା କହିଛନ୍ତି- “ଡାକ୍ତରଖାନାଗୁଡିକର ଡିଜିଟାଇଜେସନ ଏବିଡିଏମ ରୂପାୟନର ପ୍ରଥମ ପଦକ୍ଷେପ । କିଛି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସ୍ୱାସ୍ଥ୍ୟ ସେବା ସଂସ୍ଥାନର ଆକାର ଆଧାରିତ ଆଇଟି ଭିତ୍ତିଭୂମି ସମ୍ପର୍କରେ ସୂଚନା ପାଇଁ ନିର୍ଦ୍ଦେଶାବଳୀର ଆବଶ୍ୟକତା ସମ୍ପର୍କରେ ଉଲ୍ଲେଖ କରିଥିଲେ । ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣଙ୍କ ଦ୍ୱାରା ଜାରି ହାର୍ଡୱେର ନିର୍ଦ୍ଦେଶାବଳୀ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ଆବଶ୍ୟକତା ଆକଳନ ଓ ସେଠାକାର ସ୍ୱାସ୍ଥ୍ୟ ସେବା ସଂସ୍ଥାନଗୁଡିକରେ ଏବିଡିଏମ ଆପଣାଇବାରେ ସୁବିଧା ପ୍ରଦାନ କରିବ ।”
ଏବିଡିଏମ ସାରା ଦେଶର ଡାକ୍ତରଖାନା ଓ ଅନ୍ୟ ସ୍ୱାସ୍ଥ୍ୟସେବା ସଂସ୍ଥାନର ଡିଜିଟାଲ ସ୍ୱାସ୍ଥ୍ୟ ସମାଧାନଗୁଡିକୁ ଏକାଠି କରି ପ୍ରକ୍ରିୟାକୁ ସରଳ କରିବା ସହ ଜୀବନଯାତ୍ରା ଉନ୍ନତ କରିବ । ଟେଲି-ପରାମର୍ଶ, କାଗଜହୀନ ସ୍ୱାସ୍ଥ୍ୟ ରେକର୍ଡ, କ୍ୟୁଆର କୋଡ ଆଧାରିତ ଓପିଡି ପଞ୍ଜିକରଣ ଭଳି ସୁବିଧାଗୁଡିକ ପାଇଁ ମଧ୍ୟ ଡିଜିଟାଲ ଇକୋସିଷ୍ଟମ ସହାୟକ ହେବ । ସ୍ୱାସ୍ଥ୍ୟ ରେକର୍ଡର ଡିଜିଟାଇଜେସନ ରୋଗୀଙ୍କ ପୁରୁଣା ଡାକ୍ତରୀ ରେକର୍ଡ ଯେପରି ନହଜେ ତାହା ସୁନିଶ୍ଚିତ କରିବା ସହ ଆବଶ୍ୟକ ସ୍ଥଳେ ଖୋଜିବାରେ ସହାୟକ ହେବ ।