ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସମେଟିଭ୍‌ ଆସେସମେଣ୍ଟ-୧ ପରୀକ୍ଷା ଫର୍ମପୂରଣ ଅବଧି ବଢ଼ିଲା

ବନ୍ୟା ପ୍ରଭାବିତ ଅଞ୍ଚଳରେ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପଞ୍ଜିକରଣ ଓ ସମେଟିଭ୍‌ ଆସେସମେଣ୍ଟ-୧ (ଏସ୍‌ଏ-୧) ପରୀକ୍ଷା ଲାଗି ଫର୍ମ ପୂରଣ ବାଧାପ୍ରାପ୍ତ ହୋଇଛି । ଲକ୍ଷାଧିକ ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ରେ ପଞ୍ଜିକରଣ ଓ ଫର୍ମପୂରଣ କରିପାରିନଥିବାରୁ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଏହି ତାରିଖକୁ ଘୁଞ୍ଚାଇ ଦିଆଯାଇଛି ।

ବୋର୍ଡ ସ୍ୱୀକୃତିପ୍ରାପ୍ତ ହାଇସ୍କୁଲ୍‌ର ନବମ ଶ୍ରେଣୀ ଛାତ୍ରଛାତ୍ରୀ ଆସନ୍ତା ୩୦ ତାରିଖ ରାତି ୧୧ଟା ୪୫ ସୁଦ୍ଧା ସେମାନଙ୍କ ନାମ ପଞ୍ଜିକରଣ ଏବଂ ଏସ୍‌ଏ-୧ ପରୀକ୍ଷା ଲାଗି ଫର୍ମ ପୂରଣ କରିପାରିବେ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।୯ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପଞ୍ଜିକରଣ ଓ ଏସ୍‌ଏ-୧ ପରୀକ୍ଷା ଲାଗି ଫର୍ମପୂରଣ ଗତ ୩ ତାରିଖରୁ ଆରମ୍ଭ ହୋଇଥିଲା । ସୋମବାର ଏହାର ଶେଷ ଦିନ ଥିଲା ।