ଗିଲଙ୍କ ପ୍ରଥମ ଦିନିକିଆ ଶତକ ବଳରେ ଭାରତ ବିଜୟୀ

ଭାରତ ଏବଂ ଜିମ୍ବାଓ୍ବେ ମଧ୍ୟରେ ୩ୟ ଦିନିକିଆରେ ଶୁଭମନ ଗିଲଙ୍କ ଶତକ ବଳରେ ଭାରତ ବିଜୟୀ ହୋଇଛି । 13 ରନରେ ଜିମ୍ବାଓ୍ବକୁ ହରାଇଛି ଟିମ ଇଣ୍ଡିଆ ।

ଭାରତ ୮ ଓ୍ବିକେଟ ହରାଇ ୨୮୯ ରନ କରିଥିବା ବେଳେ 13 ରନରେ ମ୍ୟାଚ ଜିତିଛି। ଭାରତ ପକ୍ଷରୁ ଦୁଇ ଓପନିଂ ଯୋଡି ଶିଖର ଧାଓ୍ବନ ଏବଂ ଅଧିନାୟକ ଲୋକେସ ରାହୁଲ ଭଲ ଆରମ୍ଭ କରିଥିଲେ । ଧାଓ୍ବନ ବ୍ୟକ୍ତିଗତ ଭାବେ ୪୦ ରନ କରି ଆଉଟ ହୋଇଥିବା ବେଳେ ଅଧିନାୟକ କେଏଲ ରାହୁଲ ୩୦ ରନ କରି ଆଉଟ ହୋଇଥିଲେ । ୪୯ ଓଭର ପର୍ଯ୍ୟନ୍ତ କ୍ରିଜରେ ରହି ମାତ୍ର ୯୭ ବଲରୁ ୧୫ ଚୌକା ଏବଂ ୧ ଛକା ସହାୟତାରେ ୧୩୦ ରନ କରି ଆଉଟ ହୋଇଛନ୍ତି ଶୁଭମାନ ଗିଲ ।

ସେହିଭଳି ଇଶାନ କିଷାନ ମଧ୍ୟ ଗିଲଙ୍କ ସହ ମିଶି ବଡ ପାର୍ଟନରସିପ୍‌ କରିଛନ୍ତି । ଇଶାନ ବ୍ୟକ୍ତିଗତ ଭାବେ ୫୦ ରନ କରି ଆଉଟ ହୋଇଛନ୍ତି ।

ଜିମ୍ବାଓ୍ବେ ପକ୍ଷରୁ ବ୍ରାର୍ଡ ଇଭାନ୍ସ ୧୦ ଓଭରରେ ୫୪ ରନ ଦେଇ ୫ ଓ୍ବିକେଟ ନେଇଛନ୍ତି । ରିଚାର୍ଡ ଜାରାଭା ୯ ଓଭରରେ ୫୮ ରନ ଦେଇଥିବା ବେଳେ ଭିକ୍ଟୋର ନାୟଉଚି ୧୦ ଓଭରରେ ୪୮ରନ ଦେଇ ୧ ଓ୍ବିକେଟ ନେଇଛନ୍ତି ।

ସେପଟେ 290 ରନର ଟାର୍ଗେଟ ରଖି ଜିମ୍ବାଓ୍ବେ ଭଲ ଖେଳିଥିଲେ ୨୭୬ ରନ୍‌ରେ ଅଲଆଉଟ୍ ହୋଇଯାଇଥିଲା। । ସିକନ୍ଦର ରାଜା 115 ରନ୍ କରିଥିବା ବେଳେ ଆଉଟ ହୋଇଥିଲେ । ଶେଷ ୩ ଓଭରରୁ ବିଜୟ ପାଇଁ ଜିମ୍ବାୱେକୁ ୩୩ ରନ୍‌ର ଦରକାର ଥିଲା । ବ୍ରାଡ୍ ଇଭାନ୍ସ (୨୮)ଙ୍କୁ ଆଭେଶ ଖାନ୍ ୪୮ତମ ଓଭରର ଶେଷ ବଲ୍‌ରେ ଆଉଟ୍ କରିଥିଲେ ।