ମୁଖ୍ୟମନ୍ତ୍ରୀଙ୍କ ବନ୍ୟା ସ୍ଥିତି ଅନୁଧ୍ୟାନ
ରାଜ୍ୟର ଅନେକ ଅଞ୍ଚଳ ପାଣିଘେରରେ ଥିବାବେଳେ ମୁଖ୍ୟମନ୍ତ୍ରୀ ବନ୍ୟା ସ୍ଥିତି ଅନୁଧ୍ୟାନ କରିଛନ୍ତି। ଆକାଶମାର୍ଗରୁ ପାଣିଘେରରେ ଥିବା ଜିଲ୍ଲାର ବନ୍ୟା ସ୍ଥିତି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଲଗାଣ ବର୍ଷା ପରେ ରାଜ୍ୟରେ ଏବେ କିଛି ଜିଲ୍ଲାରେ ବନ୍ୟାସ୍ଥିତି ଜାରି ରହିଛି । ଆଉ ରାଜ୍ୟର ଏଭଳି ସମୟରେ ବନ୍ୟା ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୫ଟି ଜିଲ୍ଲାର ସ୍ଥିତିକୁ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଛନ୍ତି ।

ଖୋର୍ଦ୍ଧା ସହିତ ପୁରୀ, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲାର ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ସବୁ ଜିଲ୍ଲାରେ ଲକ୍ଷାଧିକ ଲୋକ ପାଣି ଘେରରେ ରହିଛନ୍ତି ।
