ବିଜେପିର ସଂସଦୀୟ ବୋର୍ଡରୁ ନୀତିନ ଗଡକରି ବାହାରିଲେ

ବିଜେପି ଏହାର ସଂସଦୀୟ ବୋର୍ଡରେ ପରିବର୍ତ୍ତନ କରିଛି । କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଏବଂ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ବିଜେପି ଏଥିରୁ ବାଦ ଦେଇଛି ।

ବିଜେପି ସଭାପତି ଭାବରେ ଜେପି ନଡାଙ୍କ ସମେତ ମୋଟ ୧୧ ଜଣ ସଦସ୍ୟଙ୍କୁ ସଂସଦୀୟ ବୋର୍ଡରେ ରଖାଯାଇଛି ଏବଂ ସେ ଏହାର ଅଧ୍ୟକ୍ଷ ମଧ୍ୟ ଅଛନ୍ତି । ଏମାନଙ୍କ ବ୍ୟତୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅମିତ ଶାହା, ବି.ଏସ୍ ୟେଦୁରପା, ସର୍ବାନନ୍ଦ ସୋନେଓ୍ବାଲ, କେ.ଲକ୍ଷ୍ମଣ, ଇକବାଲ ସିଂ ଲାଲପୁରା, ସୁଧା ଯାଦବ, ସତ୍ୟନାରାୟଣ ଜଟିୟା ମଧ୍ୟ ଏହାର ସଦସ୍ୟ ଅଟନ୍ତି । ଏଥି ସହିତ ଦଳର ସଂଗଠନର ସାଧାରଣ ସମ୍ପାଦକ ବିଏଲ. ସନ୍ତୋଷଙ୍କୁ ମଧ୍ୟ ଏହାର ସଦସ୍ୟ କରାଯାଇଛି ।