ବିହାର ପରେ ଏବେ ହରିୟାଣା ବିଜେପିକୁ ଝଟ୍କା। ହରିୟାଣାରେ ମେଣ୍ଟକୁ ଜେଜେପି ବ୍ଲାକମେଲ କରିବାରେ ଲାଗିଛି । ୨୦୨୪ରେ ଉପମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌଟାଲା ହରିୟାଣାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ବୋଲି ଘୋଷଣା କଲେ ଜେଜେପିର ପ୍ରଦେଶ ଅଧ୍ୟକ୍ଷ ନିଶାନ ସିଂହ। ରାଜ୍ୟର ସବୁ ପାର୍ଟିର କାର୍ଯ୍ୟକର୍ତ୍ତା ଏବଂ ଯୁବ ପୀଢିଙ୍କର ଏହାହିଁ ଇଚ୍ଛା ଯେ, ଦୁଷ୍ୟନ୍ତ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହୁଅନ୍ତୁ।
କରନାଲରେ ଏହା ପୂର୍ବରୁ ନିଶାନ ସିଂହ ରାଜ୍ୟ ମନ୍ତ୍ରୀ ଅନୁପ ଧନକଙ୍କ ସହ ପାର୍ଟିର ନେତାଙ୍କୁ ସାକ୍ଷାତ କରିଥିଲେ ଏବଂ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତ ରହିବାକୁ କହିଥିଲେ। ସେ ବିଜେପି ଏବଂ ଜେଜେପି ମହାମେଣ୍ଟରେ ପଞ୍ଚାୟତ ନିର୍ବାଚନ ଲଢିବା ପାଇଁ ଘୋଷଣା କରିଛନ୍ତି। ତେବେ ପାର୍ଟିର କାର୍ଯ୍ୟକର୍ତ୍ତା ଏବଂ ନେତାଙ୍କ ସହ ବିଚାର ବିମର୍ଶ ପରେ ଏନେଇ ଅନ୍ତିମ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।