ଆଉ ୨୪ ଘଣ୍ଟା ପର୍ଯ୍ୟନ୍ତ ବନ୍ୟାର ସ୍ଥିତି ଏପରି ରହିବ
ଆଉ ୨୪ ଘଣ୍ଟା ପର୍ଯ୍ୟନ୍ତ ବନ୍ୟାର ସ୍ଥିତି ଏପରି ରହିବ। ବନ୍ୟା ସ୍ଥିତି ନେଇ SRC ପ୍ରଦୀପ ଜେନା କହିଲେ- ହୀରାକୁଦରୁ ଆସୁଥିବା ପାଣି ଖଇରମାଳରେ ପହଞ୍ଚିଛି, ଖଇରମାଳରେ ସକାଳେ ୯.୮୪ ଲକ୍ଷ କ୍ୟୁସେକ୍ ପିକ ରହିଥିଲା, ସେହି ପାଣିର ପ୍ରଭାବ ୨୪ ଘଣ୍ଟା ପରେ ମୁଣ୍ଡଳିରେ ଅନୁଭୂତ ହେବ; ତେଣୁ ୨୪ ଘଣ୍ଟା ପରେ ମୁଣ୍ଡଳିରେ ୯ ଲକ୍ଷ କ୍ୟୁସେକ୍କୁ ଖସିବା ଆଶା କରାଯାଉଛି ।
ବନ୍ୟା ସ୍ଥିତି ନେଇ SRC ପ୍ରଦୀପ ଜେନା କହିଲେ- ପିକ ମୁଣ୍ଡଳି ଅତିକ୍ରମ କରିଛି, ସମୁଦ୍ରକୁ ଯିବାକୁ ୨୪ ଘଣ୍ଟା ଲାଗିବ; ତେଣୁ ଆଗାମୀ ୨୪ ଘଣ୍ଟା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ, ମୁଣ୍ଡଳିରେ ଆଜି ସକାଳ ୬ଟା ଯାଏ ଜଳ ପ୍ରବାହ ପିକ ରହିଥିଲା, ୧୨ ଘଣ୍ଟା ପିକ ରହିବା ପରେ ସକାଳ ୬ଟାରୁ କମି ଚାଲିଥିଲା
ବର୍ତ୍ତମାନ ହୀରାକୁଦ ଗେଟ୍ ଆଉ ଖୋଲିବା କି ବନ୍ଦ ନେଇ ନିଷ୍ପତ୍ତି ହୋଇନି। ସ୍ଥିତି ଦେଖିଲା ପରେ ଗେଟ୍ ବନ୍ଦ କି ଖୋଲାହେବ ସେ ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର କହିଛନ୍ତି। ହୀରାକୁଦ ନଦୀବନ୍ଧକୁ ଜଳସ୍ତର କମିବାରେ ଲାଗିଛି। ଦିନ ୯ଟା ସୁଦ୍ଧା ମୁଣ୍ଡଳିରେ ୧୧.୭୭ ଲକ୍ଷ କ୍ୟୁସେକ୍ ପ୍ରବାହିତ ହେଉଥିବା ବେଳେ ଖଇରମାଳରେ ୯.୮୪ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି। କାଲି ସକାଳ ସୁଦ୍ଧା ମୁଣ୍ଡଳିରେ ୧୦ ଲକ୍ଷ କ୍ୟୁସେକ୍ ଅତିକ୍ରମ କରିବ।
ଅନେକ ସ୍ଥାନରେ ଆମେ ନଦୀ ବନ୍ଧ ଘଳିଆ ବନ୍ଦ କରିପାରିଛୁ। ପ୍ରାୟ ୫୦ଟି ନଦୀ ବନ୍ଧ ଘଳିଆ ବନ୍ଦ କରାଯାଇଛି।