ଘାଟି ତଳକୁ ଖସିପଡିଲା ବସ ୬ ଜଣ ଯବାନଙ୍କର ମୃତ୍ୟୁ

ଜମ୍ମୁକଶ୍ମୀରରେ ଆଜି ଦୁଇଟି ବଡଧରଣର ଅଘଟଣ ଘଟିଛି । ଆତଙ୍କବାଦୀମାନେ ଜଣେ କାଶ୍ମୀର ପଣ୍ଡିତ ଷେଓ ତୋଳିବାକୁ ଯାଇଥିବା ବେଳେ ତାଙ୍କୁ ହତ୍ୟା କରିଥିବା ବେଳେ ପହଲଗାଁରେ ବସ ଦୁର୍ଘଟଣାରେ 6 ଜଣା ସୈନିକଙ୍କର ମୃତ୍ୟୁ ଘଟିଛି । ଆଇଟିବିପି(ଇଣ୍ଡୋ ତିବତିଆନ ବର୍ଡ଼ର ପୁଲିସ) ଯବାନମାନଙ୍କୁ ନେଇ ଯାଉଥିବାବେଳେ ବସଟି ଚନ୍ଦନୱାଡି ଅଞ୍ଚଳରେ ଘାଟି ତଳକୁ ଖସିପଡିଥିଲା ।

ଦୁର୍ଘଟଣାରେ ୭ ଜଣ ଯବାନଙ୍କ ମୃତ୍ୟୁ ଘଟିଥିବାବେଳେ ଏମାନଙ୍କ ମଧ୍ୟରେ ୬ଜଣ ଆଇଟିବିପି ଯବାନ ଥିବାବେଳେ ଜଣେ ଜମ୍ମୁକଶ୍ମୀର ପୁଲିସ କର୍ମଚାରୀ ରହିଛନ୍ତି । ୩୨ ଜଣ ଯବାନ ଆହତ ହୋଇଥିବାବେଳେ ଯେଉଁଥିରୁ ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି।