ବ୍ୟକ୍ତିଙ୍କ ଶରୀରରେ ଚମତ୍କାର କରି ଦେଲା କୋଭିଡ ଟିକା

ବ୍ୟକ୍ତିଙ୍କ ଶରୀରରେ ଚମତ୍କାର କରି ଦେଲା କୋଭିଡ ଟିକା

ମେଟ୍ରୋ ଟିଭି ଓଡିଶା,୧୪/୧: ଚମତ୍କାର କରିଦେଲା କୋଭିଡ ଟିକା । ଝାଡଖଣ୍ଡ ବୋକାରୋ ଜିଲ୍ଲାରେ ପ୍ରଥମ ଡୋଜ ଟିକା ନେବାର ଦିନକ ପରେ ଚାଲିବା ସହ କଥା ହେଲେ ଜଣେ ବ୍ୟକ୍ତି । ପାଞ୍ଚ ବର୍ଷ ପୂର୍ବେ ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇଥିବା ୫୫ ବର୍ଷୀୟ ବ୍ୟକ୍ତି । ଦୁର୍ଘଟଣା ପରେ ଦୀର୍ଘଦିନ ଧରି ଚାଲିପାରୁନଥିଲେ କି କଥା କହିପାରୁ ନଥିଲେ । ଏବେ କୋଭିସିଲ୍ଡ ଟିକା ନେବା ପରେ ସେ ସୁସ୍ଥ ହୋଇ ଯାଇଥିବା ଘଟଣା ସାମ୍ନାକୁ ଆସିଛି ।
ବ୍ୟକ୍ତିଙ୍କ ନାଁ ଦୁଲାରଚନ୍ଦ ମୁଣ୍ଡା । ଗୋମିୟା ପ୍ରଖଣ୍ଡ ପେଟରବାର ଗାଁରେ ଦୁଲାରଚନ୍ଦ ମୁଣ୍ଡା ରହି ଆସୁଛନ୍ତି । ପାଞ୍ଚ ବର୍ଷ ପୂର୍ବେ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ । ଦୁର୍ଘଟଣା ପରେ ସେ ଚାଲିପାରୁନଥିଲେ । ତାଙ୍କୁ କଥା କହିବାରେ ଅସୁବିଧା ହେଉଥିଲା । ତେବେ ଟିକା ନେବାର ଦିନକ ପରେ ଦୁଲାରଚନ୍ଦଙ୍କ ଶରୀରରେ ଚମତ୍କାର ଦେଖାଇଥିବା ତାଙ୍କ ପରିବାରବର୍ଗ ଓ ସାହି ପଡ଼ିଶା କହିଛନ୍ତି । ଏହି ଖବର ପ୍ରଘଟ ପରେ ଦୁଲାରଚନ୍ଦ ମୁଣ୍ଡାଙ୍କୁ ଦେଖିବାକୁ ଲୋକଙ୍କ ଭିଡ଼ ଜମିଥିବା ବେଳେ ଡାକ୍ତରମାନେ ମଧ୍ୟ ଚକିତ ହୋଇଛନ୍ତି । ଏହାକୁ ଏକ ଚମତ୍କାର ବୋଲି କୁହାଯାଉଛି । ଘଟଣାର ତଦନ୍ତ ପାଇଁ ୩ ଜଣିଆ ମେଡିକାଲ ଟିମ ଗଠନ କରାଯାଇଛି ।