ପରଲୋକରେ ରାକେଶ ଝୁନ୍‌ଝୁନ୍‌ବାଲା

୬୨ ବର୍ଷ ବୟସରେ ଶେଆର ମାର୍କେଟ୍‌ର ବିଗ୍‌ବୁଲ୍‌ କୁହାଯାଉଥିବା ରାକେଶ ଝୁନ୍‌ଝୁନ୍‌ବାଲାଙ୍କ ଦେହାନ୍ତ ହୋଇଛି। ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଆଜି ତାଙ୍କ ଦେହାନ୍ତ ହୋଇଥିବା ବେଳେ ଦେଶର ବିଶିଷ୍ଟ ବ୍ୟକ୍ତିମାନେ ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ମଧ୍ୟ ଶୋକ ପ୍ରକାଶ କରିଛନ୍ତି ।

ସେହିଭଳି ଦେଶରେ ଅନ୍ୟ ବିଶିଷ୍ଟ ବ୍ୟକ୍ତି ମାନେ ମଧ୍ୟ ରାକେଶଙ୍କ ବିୟୋଗରେ ଶୋକବ୍ୟକ୍ତ କରିଛନ୍ତି।ଶେଆର ମାର୍କେଟର ଜଣାଶୁଣା ପୋଖତ ଖେଳାଳି ରାକେଶ କିଛି ଦିନ ପୂର୍ବରୁ ହିଁ ଏୟାରଲାଇନ୍ସ ସେକ୍ଟରରେ ପାଦ ରଖିଥିଲେ ।

ଆକାଶା ଏୟାରରେ ମୋଟା ଅଙ୍କର ଟଙ୍କା ଇନ୍‌ଭେଷ୍ଟ କରିଥିଲେ ସେ।  ୭ ଅଗଷ୍ଟରୁ ହିଁ ଏହା ଚାଲୁ ହୋଇଥିଲା। ସବୁଠାରୁ ମଜା କଥା ହେଉଛି କୋଟି କୋଟି ଟଙ୍କାର ସମ୍ପତ୍ତିର ମାଲିକ ରାକେଶ ମାତ୍ର ୫ ହଜାର ଟଙ୍କାରୁ ନିଜ କାରବାର ଆରମ୍ଭ କରିଥିଲେ। ଶେଆର ବଜାରରେ ମାତ୍ର ୫ ହଜାର ଟଙ୍କା ଲଗାଇ ସେ ଆଜି ୪୦ ହଜାର କୋଟି ଟଙ୍କା ସମ୍ପତ୍ତିର ମାଲିକ ହୋଇପାରିଛନ୍ତି।