ଅବସର ନେବେ ସୁରେଶ ମହାପାତ୍ର, ପୁଣି ବଢ଼ିବ କି କାର୍ଯ୍ୟକାଳ?

ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ୩୧ ତାରିଖରେ ସରୁଛି । ୨୦୨୨ ଫେବୃଆରୀରେ ଶ୍ରୀ ମହାପାତ୍ରଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା । କେନ୍ଦ୍ର ସରକାରଙ୍କ ଅନୁମତି କ୍ରମେ ରାଜ୍ୟ ସରକାର ତାଙ୍କ କାର୍ଯ୍ୟକାଳ ୬ ମାସ ବୃଦ୍ଧି କରିଥିଲେ । ଅଗଷ୍ଟ ୩୧ରେ ସେ ଅବସର ନେବେ । ପୁଣି ଥରେ ଶ୍ରୀ ମହାପାତ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି ହେବ କି ନାହିଁ ତାହା ସ୍ପଷ୍ଟ ହୋଇନି । କାର୍ଯ୍ୟକାଳ ବୃଦ୍ଧି ନ ହେଲେ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ପାଇଁ ୧୯୮୯ ବ୍ୟାଚ୍‌ ଓଡ଼ିଶା କ୍ୟାଡର୍‌ ଆଇଏଏସ୍‌ ପ୍ରଦୀପ କୁମାର ଜେନାଙ୍କ ନାଁ ଚର୍ଚ୍ଚାରେ ରହିଛି ।