ପ୍ରଶାନ୍ତ ମହାସାଗରରେ ଫ୍ରାନସ ସାମରିକ ଅପରେସନ ଆରମ୍ଭ କରିଛି । ତେଣୁ ଏହାର ଏକ ଅଂଶ ଭାବରେ ତାମିଲନାଡୁର ଭାରତୀୟ ବାୟୁସେନା ସୁଲୁର କେନ୍ଦ୍ରରେ 3ଟି ରାଫେଲ ଅବତରଣ କରିଥିଲା । ଭାରତୀୟ ବାୟୁସେନା ଫ୍ରାନ୍ସ ସୈନ୍ୟବାହିନୀକୁ ସମସ୍ତ ପ୍ରକାର ସହାୟତା କରିଥିଲା । ଭାରତୀୟ ବାୟୁସେନା ସହ ସହଯୋଗ ଉଭୟ ପକ୍ଷର ଉଚ୍ଚ ସ୍ତରର ପାରସ୍ପରିକ ବିଶ୍ୱାସ ଏବଂ ପାରସ୍ପରିକ କାର୍ଯ୍ୟଦକ୍ଷତାକୁ ପ୍ରତିଫଳିତ କରିଛି ବୋଲି ଫ୍ରାନସ ପକ୍ଷରୁ ବିବୃତ୍ତିରେ କୁହାଯାଇଛି । 10 ଅଗଷ୍ଟରୁ 18 ସେପ୍ଟେମ୍ବର ମଧ୍ୟରେ ଇଣ୍ଡୋ-ପାସିଫିକ୍ ଅଞ୍ଚଳରେ ଫ୍ରାନସ ଏକ ଦୀର୍ଘ ଦୂରଗାମୀ ମିଶନ କରୁଛି ।
ଫରାସୀ ସେନାକୁ ଭାରତୀୟ ବାୟୁସେନା ଯୋଗାଇ ଦେଇଥିବା ସହଯୋଗ ହେଉଛି ସାମରିକ ସହଯୋଗିତା ବୃଦ୍ଧି ନିମନ୍ତେ ୨୦୧୮ରେ ଫ୍ରାନ୍ସ୍ ଓ ଭାରତ ମଧ୍ୟରେ ହୋଇଥିବା ଚୁକ୍ତିର ପ୍ରତିଫଳନ।