୪୪ତମ ଚେସ ଅଲିମ୍ପିଆଡ ଆୟୋଜନ: ତାମିଲନାଡୁବାସୀଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚେନ୍ନାଇ ଠାରେ ୪୪ତମ ଚେସ ଅଲିମ୍ପିଆଡରେ କାଂସ୍ୟ ପଦକ ଜିତିଥିବା ଭାରତ ବି ଦଳ (ପୁରୁଷ) ଓ ଭାରତ ଏ ଦଳ (ମହିଳା)କୁ ଶୁଭେଚ୍ଛା ଜଣାଇଛନ୍ତି । ୪୪ତମ ଚେସ ଅଲିମ୍ପିଆଡ ଆୟୋଜନ କରି ବିଶ୍ୱକୁ ସ୍ୱାଗତ କରିବା ନିଜର ଉତ୍କୃଷ୍ଟ ସଂସ୍କୃତି ଓ ଆତିଥେୟତା ପ୍ରଦର୍ଶନ କରିଥିବାରୁ ତାମିଲନାଡୁ ସରକାର ଓ ତାମିଲନାଡୁବାସୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି ।“ଚେନ୍ନାଇ ଠାରେ ସମାପିତ ୪୪ତମ ଚେସ ଅଲିମ୍ପିଆଡରେ ଭାରତୀୟ ଦଳ ଉତ୍ସାହଜନକ ପ୍ରଦର୍ଶନ କରିଥିଲା । କାଂସ୍ୟ ପଦକ ଜିତିଥିବାରୁ ଭାରତ ବି ଦଳ (ପୁରୁଷ) ଓ ଭାରତ ଏ ଦଳ (ମହିଳା)କୁ ଶୁଭେଚ୍ଛା ଜଣାଉଛି । ଭାରତରେ ଚେସର ଭବିଷ୍ୟତ ପାଇଁ ଏହା ଶୁଭସଙ୍କେତ ।”   

“ବୋର୍ଡ ପଦକ ଜିତିଥିବାରୁ ଆମ ଦଳର ଗୁକେଶ ଡି, ନିହାଲ ସାରିନ, ଅର୍ଜୁନ ଏରିଗାସି, ପ୍ରଜ୍ଞାନାନନ୍ଦ, ବୈଶାଳୀ, ତାନିଆ ସଚଦେବ ଓ ଦିବ୍ୟ ଦେଶମୁଖଙ୍କୁ ଶୁଭେଚ୍ଛା ଜଣାଉଛି । ଏହି ପ୍ରତିଭାସମ୍ପନ୍ନ ଖେଳାଳିମାନେ ବେଶ ଧୈର୍ଯ୍ୟ ଓ ଲଢୁଆ ମନୋଭାବ ପ୍ରଦର୍ଶନ କରିଥିଲେ । ଭବିଷ୍ୟତ ପାଇଁ ସେମାନଙ୍କୁ ଶୁଭକାମନା ।”   

“ତାମିଲନାଡୁବାସୀ ଓ ତାମିଲନାଡୁ ସରକାର ୪୪ତମ ଚେସ ଅଲିମ୍ପିଆଡର ଚମତ୍କାର ଆୟୋଜକ ଥିଲେ । ବିଶ୍ୱକୁ ସ୍ୱାଗତ କରି ଆମ ଉତ୍କୃଷ୍ଟ ସଂସ୍କୃତି ଓ ଆତିଥେୟତା ପ୍ରଦର୍ଶନ କରିଥିବାରୁ ସେମାନଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି ।”