କିଛି ଦିନର ନିରବତା ପରେ ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ନୀତୀଶ କୁମାର । ରାଜ୍ୟପାଳ ଫଗୁ ଚୌହାନଙ୍କୁ ଭେଟି ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି ।
ଏନଡିଏ ସହ ମେଣ୍ଟ ଭାଙ୍ଗିବା ସଂପର୍କରେ ନୀତୀଶ କହିଛନ୍ତି ଯେ, ଦଳର ସବୁ ବିଧାୟକ ଓ ସାଂସଦ ଏନଡିଏ ଛାଡ଼ିବା ନେଇ ସହମତି ପ୍ରକାଶ କରିଛନ୍ତି । ତେଣୁ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ।
ରାଜ୍ୟରେ ନୀତୀଶ କୁମାରଙ୍କୁ ସମର୍ଥନ ଦେବାକୁ ଘୋଷଣା କରିଛି ଆରଜେଡି । ଦଳର ମୁଖ୍ୟ ତେଜସ୍ବୀ ଯାଦବ କହିଛନ୍ତି ଯେ ତାଙ୍କ ପାଖରେ ୧୬୦ ବିଧାୟକଙ୍କ ସମର୍ଥନ ରହିଛି । ଦଳ ନିତିଶଙ୍କୁ ସମର୍ଥନ କରିବ ଓ ବିଭାଗ ବଣ୍ଟନ ନେଇ କୌଣସି ବିବାଦ ନାହିଁ । ତେବେ ଏଭଳି ସମୟରେ ରାଜ୍ୟରେ ରା ଷ୍ଟ୍ରପତି ଶାସନ ଜାରି ହେବ କି ରାଜ୍ୟପାଳ ନୂଆ ଗଠବନ୍ଧନକୁ ସରକାର ଗଠନ ପାଇଁ ଡାକିବେ ତାହା କିଛି ସମୟ ପରେ ଜଣାପଡିବ ।