ବିଶ୍ୱ ଜୈବ ଇନ୍ଧନ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପାନିପତ, ହରିଆନା ଠାରେ ଅଗଷ୍ଟ ୧୦, ୨୦୨୨ ଅପରାହ୍ନ ୪.୩୦ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏକ ଦ୍ୱିତୀୟ ପୀଢିର (୨ଜି) ଇଥାନଲ ପ୍ଲାଣ୍ଟ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ।ଦେଶରେ ଜୈବ ଇନ୍ଧନ ଉତ୍ପାଦନ ଓ ବ୍ୟବହାରକୁ ପ୍ରୋତ୍ସାହନ ଦେବାକୁ ସରକାର ଦୀର୍ଘ ବର୍ଷ ଧରି ପ୍ରୟାସର ଅଂଶବିଶେଷ ଭାବେ ଏହି ପ୍ଲାଣ୍ଟ ସମର୍ପିତ ହେବ । ଶକ୍ତି କ୍ଷେତ୍ରକୁ ସୁଲଭ, ସହଜଲଭ୍ୟ, ଦକ୍ଷ ଓ ନିରନ୍ତର କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ନିରନ୍ତର ପ୍ରୟାସର ଏହା ପ୍ରତିଫଳନ ।ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ (ଆଇଓସିଏଲ) ଦ୍ୱାରା ଆନୁମାନିକ ୯୦୦ କୋଟି ଟଙ୍କାରୁ ଅଧିକ ବିନିଯୋଗରେ ପାନିପତ ବିଶୋଧନାଗାର ନିକଟରେ ୨ଜି ଇଥାନଲ ପ୍ଲାଣ୍ଟ ନିର୍ମିତ ହୋଇଛି । ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି ପ୍ରକଳ୍ପରୁ ପ୍ରାୟ ଦୁଇ ଲକ୍ଷ ଟନ ନଡା ବ୍ୟବହାର କରି ବାର୍ଷିକ ତିନି କୋଟି ଲିଟର ଇଥାନଲ ଉତ୍ପାଦିତ ହେବା ସହ ଭାରତର ବର୍ଜ୍ୟରୁ ସମ୍ପଦ ସୃଷ୍ଟି ପ୍ରୟାସରେ ନୂତନ ଅଧ୍ୟାୟ ଯୋଡିବ ।କୃଷି-ଫସଲର ଅବଶେଷ ଉପଯୋଗ ମାଧ୍ୟମରେ କୃଷକ ସଶକ୍ତିକରଣ ସହ ସେମାନଙ୍କୁ ଅତିରିକ୍ତ ରୋଜଗାରର ସୁଯୋଗ ପ୍ରଦାନ କରିବ । ପ୍ଲାଣ୍ଟ ପରିଚାଳନାରେ ଲୋକଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ମିଳିବା ସହ ନଡା କଟା, ବନ୍ଧା, ସଂରକ୍ଷଣ ଆଦି ପାଇଁ ଯୋଗାଣ ଶୃଙ୍ଖଳରେ ପରୋକ୍ଷ ନିଯୁକ୍ତି ସୃଷ୍ଟି କରିବ ।
Trending
- ଚାଷୀଙ୍କ ଖାତାରେ ସିଏମ କିଷାନର ପଞ୍ଚମ କିସ୍ତି , ଡିବିଟି ମାଧ୍ୟମରେ ଚାଷୀଙ୍କ ଖାତାକୁ ଗଲା ଟଙ୍କା
- ଲକ୍ଷ୍ମୀସାଗର ବ୍ରହ୍ମାକୁମାରୀ ସେଣ୍ଟରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ: ଦିବ୍ୟ ଗୁଣ ଧାରଣ ପାଇଁ ଆହ୍ୱାନ
- ମହାକାଶରେ ଭାରତର ନୂଆ ଆଖି । EOS-05ର ସଫଳ ଉତକ୍ଷେପଣ
- ଏଣିକି ଜମି କିଣାବିକା ପଞ୍ଜୀକରଣ ଦଲିଲ ମାତ୍ର ଚାରି ପୃଷ୍ଠାରେ ସୀମିତ ରହିବା ସହ ସେଲ୍ ଡିଡ୍ ରେଜିଷ୍ଟ୍ରେସନ ସମ୍ପୂର୍ଣ୍ଣ ପେପରଲେସ୍ ହେବ
- ଓଡ଼ିଶା ଯାତ୍ରୀ ସୁରକ୍ଷା ଆପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ସ୍କୁଲ ଆସିବା-ଯିବା କିମ୍ବା ପରିସରରେ ଛାତ୍ରଛାତ୍ରୀଙ୍କ ଦୁର୍ଘଟଣା ଘଟିଲେ ମିଳିବ ୨ ଲକ୍ଷ ସହାୟତା ଘୋଷଣା କଲେ ରାଜ୍ୟ ସରକାର
- ପୂର୍ବତନ ମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ନେତା ସତ୍ୟେନ୍ଦ୍ର ଜୈନଙ୍କୁ ବଡ଼ ଆଶ୍ୱସ୍ତି, ମିଳିଲା ଜାମିନି
- ପବିତ୍ର ଜନ୍ମାଷ୍ଟମୀ ପାଇଁ ଚଳଚଞ୍ଚଳ କନ୍ଧମାଳ ଜିଲ୍ଲା, ଆଶ୍ରମରେ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ
- ଆସନ୍ତାକାଲି ମିଳିବ ସିଏମ୍-କିଷାନ ଯୋଜନାର ପଞ୍ଚମ କିସ୍ତି,ରାଜ୍ୟର ୪୧ ଲ୪ରୁ ଉର୍ଦ୍ଧ କୃଷକ ପରିବାର ଉପକୃତ ହେବେ
- ଭିତରକନିକାରେ ତିନି ଦିନ ଧରି ପକ୍ଷୀ ଗଣନା ଚାଲିବ,ସକାଳ ୬ରୁ ଦିନ ୧୨ଟା ପର୍ଯ୍ୟନ୍ତ ପକ୍ଷୀ ଗଣନା
Prev Post
Next Post