କେନ୍ଦ୍ର ସ୍ୱରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହା ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ଠାରେ ମୋଦୀ@20 : ଡ୍ରିମ୍ସ ମିଟ୍ ଡିଲିଭରୀର ଓଡ଼ିଶା ଚାପ୍ଟର ଶୁଭାରମ୍ଭ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି । ଏହି ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ ।ସମାରୋହକୁ ସମ୍ବୋଧିତ କରି ଶ୍ରୀ ଶାହା କହିଥିଲେ ଯେ, ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ବ୍ୟକ୍ତିତ୍ୱ ଏବଂ ତାଙ୍କର ୫୦ ବର୍ଷର ସାର୍ବଜନୀନ ଜୀବନକୁ ଅଳ୍ପ କିଛି ଶବ୍ଦ ଓ ମୁହୂର୍ତ୍ତରେ ସମାହିତ କରିବା ଅତ୍ୟନ୍ତ କଠିନ । ମୋଦୀ@20ର ଅର୍ଥ ହେଉଛି ତାଙ୍କର ଗୁଜରାଟ ମୁଖ୍ୟମନ୍ତ୍ରୀ ହେବା ଠାରୁ ଆରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ ସମୟ । ମୋଦୀ@20 ପୁସ୍ତକରେ ଗତ ୨୦ ବର୍ଷ ଧରି ମୋଦୀ ଜୀ ଏ ଦେଶର ଗଣତନ୍ତ୍ର, ସାର୍ବଜନୀନ ଜୀବନକୁ ମଜବୁତ କରିବା ଲାଗି ଗ୍ରହଣ କରିଥିବା ପଦକ୍ଷେପ ବିଷୟରେ ବର୍ଣ୍ଣିତ ହୋଇଛି । ଏଥିସହିତ ପ୍ରଥମେ ଗୁଜରାଟ ଏବଂ ଏହାପରେ ଭାରତକୁ ମହାନ କରିବା, ଦେଶର ସମସ୍ୟାକୁ ଉନ୍ମୁଳନ କରିବା, ସମସ୍ୟା ସମାଧାନ କରିବା ସହିତ ସଫଳତା ପୂର୍ବକ ସାରା ବିଶ୍ୱରେ ଦେଶର ଗୌରବକୁ ପ୍ରତିଷ୍ଠିତ କରିବାର ଗାଥା ମୋଦୀ@20 ପୁସ୍ତକରେ ବର୍ଣ୍ଣିତ ହୋଇଛି । ଯଦି କେହି ମୋଦୀ@20କୁ ବୁଝିବା ଲାଗି ଚାହୁଁଛନ୍ତି ତା’ହେଲେ ଏଥିପୂର୍ବରୁ ତିରିଶ ବର୍ଷର କାର୍ଯ୍ୟକର୍ତ୍ତା, ସ୍ୱୟଂସେବକ ଏବଂ ସମାଜସେବୀ ଭାବେ ମୋଦୀ ଜୀଙ୍କ ଯାତ୍ରାକୁ ଦେଖିବା ଏବଂ ଜାଣିବା ଜରୁରି । ମୋଦୀ ଜୀ ୩୦ ବର୍ଷ ପର୍ଯ୍ୟନ୍ତ ଗୁଜରାଟ ଏବଂ ଦେଶର ପ୍ରତ୍ୟେକ ଭାଗ ଭ୍ରମଣ କରିଛନ୍ତି, ସମାଜର ସମସ୍ୟାକୁ ବୁଝିଛନ୍ତି ଏବଂ ସେସବୁର ସମାଧାନ ପାଇଁ ଚିନ୍ତା କରିଛନ୍ତି । ସେ ଲୋକମାନଙ୍କୁ ଚିହ୍ନିବା ସହିତ ବିପଦକୁ ଅବସରରେ ବଦଳାଇବାର ଗୁଣ ଏହି ୩୦ ବର୍ଷ ମଧ୍ୟରେ ଶିଖିଛନ୍ତି ।
Trending
- ରାଜ୍ୟ କ୍ୟାବିନେଟରେ ୧୩ଟି ପ୍ରସ୍ତାବ ଉପରେ ମୋହର ମାରିଛନ୍ତି ରାଜ୍ୟ ସରକାର
- ସ୍କୁଲକୁ ବୋମା ଧମକ
- ବିଜେଡି ପକ୍ଷରୁ ଲୋକସେବା ଭବନ ଘେରାଉ ଉଦ୍ୟମ , ପୁଲିସ କର୍ମୀ ଧସ୍ତାଧସ୍ତି
- ବିଜେଡ଼ି ପକ୍ଷରୁ ବାଲେଶ୍ବର ବନ୍ଦ ଡ଼ାକରା ,ସକାଳ ୬ଟାରୁ ଦିନ ୨ଟା ପର୍ଯ୍ୟନ୍ତ ବନ୍ଦ
- ଏହା ଆତ୍ମହତ୍ୟା ନୁହେଁ , ଏହା ବିଜେପିର ବ୍ୟବସ୍ଥା ଦ୍ଵାରା ସଂଗଠିତ ହୋଇଥିବା ହତ୍ୟା – ରାହୁଲ ଗାନ୍ଧୀ
- ମୃତ ସୌମ୍ୟାଶ୍ରୀଙ୍କ ପରିବାରକୁ ୨୦ଲକ୍ଷର ସହାୟତା ଘୋଷଣା କଲେ ରାଜ୍ୟ ସରକାର
- ଆଜି ପୃଥୀବି ପୃଷ୍ଠକୁ ଫେରିବେ ଶୁଭାଂଶୁ ଶୁକ୍ଳା
- ପୈତୃକ ଗାଁ ପଳାସିଆରେ ପହଞ୍ଚିଲା ମୃତ ସୌମ୍ୟାଶ୍ରୀଙ୍କ ମରଶରୀର
- ବାଲେଶ୍ୱର ଏଫଏମ୍ କଲେଜ ନିଲମ୍ବିତ ପ୍ରିନ୍ସିପାଲ ଦିଲୀପ ଘୋଷ ଗିରଫ
- ଆଜିଠୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ