ରାଜ୍ୟସଭା ସଭାପତି ତଥା ଉପ ରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କୁ ବିଦାୟୀ ଦିଆଯାଇଛି । ଆସନ୍ତା ୧୦ ତାରିଖରେ ତାଙ୍କ କାର୍ଯ୍ୟକାଳ ଶେଷ ପୂର୍ବରୁ ରାଜ୍ୟସଭାରେ ତାଙ୍କ ପାଇଁ ବିଭିନ୍ନ ଦଳ ପକ୍ଷରୁ ବିଦାୟୀ ଅଭିଭାଷଣ ରଖାଯାଇଛି । ସୋମବାର ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମେ ବିଦାୟୀ ଅଭିଭାଷଣ ରଖିଥିଲେ । ଅଭିଭାଷଣରେ ପ୍ରଧାନମନ୍ତ୍ରୀ କହିଥିଲେ, ସଦନ ପାଇଁ ଏହା ଭାବବିହ୍ୱଳ କ୍ଷଣ । ସଂସଦର ଅନେକ ଐତିହାସିକ କ୍ଷଣରେ ଆପଣ ଉପସ୍ଥିତି ରହିଥିଲେ ଏଥିପାଇଁ ଆମେ ସମସ୍ତେ ଗର୍ବିତ ।
ଆପଣ ଅନେକ ଥର କହିଛନ୍ତି, ମୁଁ ରାଜନୀତିରୁ ସନ୍ୟାସ ନେଇ ସାରିଛି ,ତେବେ ସାର୍ବଜନୀନ ଜୀବନରେ ଥକି ଯାଇଛି । ଏଥିପାଇଁ ସଂସଦର ନେତୃତ୍ୱ କରିବାର ଦାୟିତ୍ୱ ସମାପ୍ତ ହୋଇଥିଲେ ବି ଦେଶର ସାର୍ବଜନୀନ ଜୀବନରେ ଆପଣଙ୍କ ଅନୁଭବ ଅନ୍ୟମାନଙ୍କ ପାଇଁ ଅନେକ ପ୍ରେରଣା ପାଲଟିବ । ସେହିଭଳି ଅନ୍ୟ ଦଳର ସାଂସଦମାନେ ମଧ୍ୟ ସଭାପତିଙ୍କ ଉଦ୍ଦେଶ୍ୟରେ ତାଙ୍କ ବିଦାୟୀ ଭାଷଣ ରଖିଥିଲେ ।