ରାଜ୍ୟଗୋଷ୍ଠୀ କ୍ରୀଡାରେ ସ୍ବର୍ଣ୍ଣ ଜିତିଛନ୍ତି ପିଭି ସିନ୍ଧୁ । ଫାଇନାଲ ମୁକାବିଲାରେ କାନାଡା ପ୍ରତିଯୋଗୀଙ୍କୁ ହରାଇଛନ୍ତି ପିଭି ସିନ୍ଧୁ । ମହିଳା ସିଙ୍ଗଲ ବର୍ଗ ବ୍ୟାଡମିଣ୍ଟନରେ ଏକତରଫା ବିଜୟ ହାସଲ କରିଛନ୍ତି ସିନ୍ଧୁ ।
କାନାଡାର ଭେଟେରାନ୍ ବ୍ୟାଡମିଣ୍ଟନ ତାରକା ମିଚେଲି ଲି’ ଙ୍କୁ ସିଧାସଳଖ ୨୧-୧୫ ଏବଂ ୨୧-୧୩ ସେଟ୍ରେ ମାତ ଦେଇଛନ୍ତି ରାଜ୍ୟଗୋଷ୍ଠୀ କ୍ରୀଡାରେ ଐତିହାସିକ ବିଜୟ ହାସଲ କରିଛନ୍ତି ସିନ୍ଧୁ । ପୂର୍ବରୁ କମନଓ୍ବେଲଥ୍ ଗେମ୍ସରେ ୨୦୧୪ ରେ ବ୍ରୋଞ୍ଜ ମେଡାଲ ଜିତିଥିଲେ । ପରେ ୨୦୧୮ରେ ଗୋଲ୍ଡ କୋଷ୍ଟରେ ଖେଳାଯାଇଥିବା ମୁକାବିଲାରେ ରୌପ୍ୟ ପଦକ ଜିତିଥିଲେ ପିଭି ।