ଅନେକ ସଙ୍କଟ ଦେଇ ଗତି କରୁଥିବା କଂଗ୍ରେସକୁ ତେଲେଙ୍ଗାନାରେ ମଧ୍ୟ ଝଟ୍କା ଲାଗିଛି। ଦଳର ବିଧାୟକ କୋମାତିରେଡ୍ଡୀ ରାଜଗୋପାଲ ରେଡ୍ଡୀ ସୋମବାର ପଦ ଓ ଦଳରୁ ଇସ୍ତଫା ଦେଇଛନ୍ତି। ସେ ଖୁବ ଶୀଘ୍ର ବିଜେପିରେ ଯୋଗଦେବେ ବୋଲି କୁହାଯାଉଛି। ତେଲେଙ୍ଗାନା ବିଧାନସଭା ବାଚସ୍ପତି ପୋଚାରାମ ଶ୍ରୀନିବାସ ରେଡ୍ଡୀଙ୍କୁ ସେ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ସେ ଅଗଷ୍ଟ ୩ ତାରିଖରେ କଂଗ୍ରେସ ଦଳ ଓ ବିଧାୟକ ପଦରୁ ଇସ୍ତଫା ଘୋଷଣା କରିଥିଲେ।
ଏହାପରେ ରେଡ୍ଡୀ କହିଥିଲେ ଯେ, ସେ ଅଗଷ୍ଟ ୨୧ରେ ବିଜେପିରେ ସାମିଲ ହେବେ।ଦୁଇ ଦିନ ପୂର୍ବରୁ ରେଡ୍ଡୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଦିଲ୍ଲୀରେ ସାକ୍ଷାତ କରିଥିଲେ। ଏହାପରେ ସେ ବିଜେପିରେ ଯୋଗଦେବେ ବୋଲି କହିଥିଲେ। ତାଙ୍କ ସହ ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ବିବେକ ଭେଙ୍କଟସ୍ବାମୀ ମଧ୍ୟ ଉପସ୍ଥିତ ଥିଲେ।