ଫାଇନାଲରେ ହାରି ରୈାପ୍ୟ ଜିତିଲା ମହିଳା କ୍ରିକେଟ ଦଳ

ରାଜ୍ୟ ଗୋଷ୍ଠୀ କ୍ରୀଡାରେ ମହିଳା କ୍ରିକେଟରେ ଅଷ୍ଟ୍ରେଲିଆଠୁ ପରାସ୍ତ ହୋଇ ରୈାପ୍ୟ ଜିତିଛି ମହିଳା ହକି ଟିମ୍   ।

ଟସ ଜିତି ପ୍ରଥମେ ବ୍ୟାଟିଂ କରି 161 ରନ କରିଥିଲା ଅଷ୍ଟ୍ରେଲିଆ   । 162 ରନର ପିଛା କରି 152 ରନରେ ସମସ୍ତ ଉଇକେଟ ହରାଇଥିଲା ଟିମ ଇଣ୍ଡିଆ ।162 ରନ କରିଥିଲେ ସ୍ବର୍ଣ୍ଣ ପଦକ ହାସଲ କରିଥାନ୍ତା ଟିମ ଇଣ୍ଡିଆ । 152 ରନରେ ସମସ୍ତ ଉଇକେଟ ହରାଇ ପରାସ୍ତ ହୋଇଛି ଟିମ ଇଣ୍ଡିଆ ।

ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ଦଳ ୮ ୱି‌କେଟ୍‌ ବିନିମୟରେ ୧୬୧ ରନ୍‌ କରିଥିଲା। ବେଥ୍ ମୁନି ୬୧ ରନ୍, ହାସଲ କରିଥିବାବେଳେ ମେଗ୍ ଲାନିଙ୍ଗ୍ ୩୬ ରନ୍‌, ଆସ୍ ଗାର୍ଡନର୍‌ ୨୫ ରନ୍‌ ଏବଂ ଆର୍‌ ହେନ୍ସ ୧୮* ରନ୍‌ ସଂଗ୍ରହ କରିଥିଲେ। ଭାରତ ପ୍ରଥମରୁ ପ୍ରାରମ୍ଭିକ ବ୍ୟାଟର୍‌ ‌ସେଫଳି ବର୍ମା ଓ ସ୍ମୃତି ମନ୍ଧାନାଙ୍କୁ ସଅଳ ହରାଇ ଦେଇଥିଲା। ଜେମିମା ରଡ୍ରିଗ୍ବେଜ୍ ୩୩ ରନ୍, ଏବଂ ହର୍ମନପ୍ରୀତ୍ କୌର୍ ୬୫ ରନ୍‌, କରିଥିଲେ ମଧ୍ୟ ଉଭୟଙ୍କ ବିଦାୟ ପରେ ଭାରତ ୧୯.୩ ଓଭରରେ ୧୫୨ ରନ୍‌ କରି ସମସ୍ତ ୱିକେଟ୍ ହରାଇ ଦେଇଥିଲା। ଗାର୍ଡନର ୩, ମଗେନ୍ ଶ୍ଚଟ୍‌ ୨ ଏବଂ ବ୍ରାଉନ୍ ଓ ଜୋନାସେନ୍‌ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।