ରାଜ୍ୟ ଗୋଷ୍ଠୀ କ୍ରୀଡାରେ ରେକର୍ଡ କରୁଛି ଇଣ୍ଡିଆ: ୯ମ ଦିନରେ କୁସ୍ତିରେ ପୁଣି ୩ ସ୍ବର୍ଣ୍ଣ
ଭାରତ ପାଇଁ ନବମ ଦିନରେ ଅନେକ ରେକର୍ଡ ହୋଇଛି। କୁସ୍ତିରେ ୩ ସ୍ବର୍ଣ୍ଣ ଓ ୧ କାଂସ୍ୟ ପଦକ ହାସଲ କରିଛି ଭାରତ। ମହିଳା ବର୍ଗରେ ରେସଲର ଭିନେଶ ଫୋଗାଟ ଓ ପୁରୁଷ ବର୍ଗରେ ରବି ଦାହିୟା ଏବଂ ନବୀନ ସ୍ବର୍ଣ୍ଣ ପଦକ ପାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଆଜିର ପଦକୁ ମିଶାଇ ରାଜ୍ୟ ଗୋଷ୍ଠୀ କ୍ରୀଡାରେ ବର୍ତ୍ତମାନ ସୁଦ୍ଧା ଭାରତ 13 ସ୍ବର୍ଣ୍ଣ, 11 ରୌପ୍ୟ ଓ 16 କାଂସ୍ୟ ସହ ମୋଟ 40 ପଦକ ପାଇଛି।