ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ଭାରତ ଆଗୁଆ ୩-୧ରେ ଜିତିନେଇଛି। ଶନିବାର ଖେଳାଯାଇଥିବା ଚତୁର୍ଥ ମ୍ୟାଚ୍ରେ ଭାରତ ୫୯ ରନ୍ରେ ୱେଷ୍ଟଇଣ୍ଡିଜ୍କୁ ପରାସ୍ତ କରିଛି। ପ୍ରଥମେ ଭାରତ ୧୯୧ ରନ୍ କରିଥିଲା । ୱେଷ୍ଟଇଣ୍ଡିଜ୍ ୧୩୨ରେ ସମସ୍ତ ୱିକେଟ୍ ହରାଇଥିଲା । ରୋହିତ ଶର୍ମା 16 ବଲରୁ 33 ରନ କରିଥିଲେ । ସେ 3ଟି ଛକା ସହ ଦୁଇଟି 4 ମାରିଥିଲେ । ସୂର୍ଯ୍ୟକୁମାର ଯାଦବ 14 ବଲରେ 24 ରନ କରିଥିଲେ । ସେ 2ଟି ଛକା ଏବଂ ଗୋଟିଏ ଚୈାକା ମାରିଥିଲେ । ଏହାପରେ ଦୀପକ ହୁଡା 21 ରନ୍ ଏବଂ ରିଷଭ ପନ୍ତ 44 ରନ୍ କରିବା ସହ ବେଶ ବଢ଼ିଆ ଖେଳିଥିଲେ । ସାମସନ 30 ରନ୍ ଏବଂ ଅକ୍ଷର ପଟେଲ 20 ରନ କରି ନଟଆଉଟ୍ ଥିଲେ ।192 ରନ ର ପିଛା କରି ଓ୍ବେଷ୍ଟଇଣ୍ଡିଜ ପ୍ରଥମରୁ ଉଇକେଟ ହରାଇ ଚାଲିଥିଲା । ଟାରଗେଟକୁ ନେଇ ଓ୍ବେଷ୍ଟଇଣ୍ଡିଜ ଖେଳାଳିମାନେ ବଡ଼ ସ୍କୋର କରିପାରିନଥିଲେ 132 ରନରେ ସମସ୍ତ ଉଇକେଟ ହରାଇଥିଲା । ଓପନର ଭାବେ କିଙ୍ଗସ 13 ମେୟର୍ସ 14 ରନ କରିଥିଲେ । ପୂରନ 24 ରନ୍ ଏବଂ ପାଓ୍ବେଲ 24 ରନ କରି ଆଉଟ ହୋଇଥିଲେ । ହୋଲଡର 13 ରନ କରି ଆଉଟ ହୋଇଥିଲେ ।
Trending
- ସରିଲା ନୂଆପଡ଼ା ବିଧାନସଭା ନିର୍ବାଚନ : ୭୯.୦୨ ପ୍ରତିଶତ ମତଦାନ
- ନୂଆପଡ଼ା ଉପନିର୍ବାଚନ : ଦିନ ୧୧ଟା ସୁଦ୍ଧା ୩୨.୫୧ ପ୍ରତିଶତ ମତଦାନ
- ଭୁଟାନ ମାଟିରୁ ଦିଲ୍ଲୀ ବିସ୍ଫୋରଣକୁ ନେଇ ଏମିତି ଗର୍ଜିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ
- ବିହାରରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ : ୧ଟା ସୁଦ୍ଧା ବିହାରରେ ୪୭.୬୨% ମତଦାନ
- ଦିଲ୍ଲୀ ଲାଲକିଲ୍ଲା ବିସ୍ଫୋରଣ – ଚାରି ଡ଼ାକ୍ତରଙ୍କ ଲୋମଟାଙ୍କୁରା କାର୍ଯ୍ୟ
- ବିହାର ବିଧାନସଭା ନିର୍ବାଚନର ଦ୍ୱିତୀୟ ଏବଂ ଅନ୍ତିମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ
- ଆଜି ଭୋଟ ଦେଉଛନ୍ତି ନୂଆପଡାବାସୀ , ୧୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର
- ଲାଲକିଲ୍ଲାରେ ଶକ୍ତିଶାଳୀ ବିସ୍ଫୋରଣ, 8 ମୃତ ଅନେକ ଲୋକ ଆହତ
- ବିହାର ବିଧାନସଭାର ନିର୍ବାଚନ : ମହିଳା ମତଦାତାଙ୍କ ଉପରେ ଧ୍ୟାନ କେନ୍ଦ୍ରିତ
- ନିରବ ଅବଧି ସମୟରେ ନୂଆପଡ଼ାରେ ନିୟମର ଉଲ୍ଲଂଘନ କରିଛି ବିଜେପି – ନବୀନ