୭ରେ ଭାରତ ଆସିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍
ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଭାରତ ଆସିବେ । ଜି-୨୦ର ଅଧ୍ୟକ୍ଷ ଭାବେ ଭାରତ ସେପ୍ଟେମ୍ବର ୯ ଓ ୧୦ତାରିଖରେ ବାର୍ଷିକ ଶିଖର ସମ୍ମିଳନୀ ଆୟୋଜନ କରୁଛି। ଏନେଇ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ବିଶ୍ବର ବହୁ ନେତା ଏଥିରେ ଯୋଗଦେବେ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସମେତ ଦୁଇ ଡଜନରୁ ଅଧିକ ବିଶ୍ୱ ନେତା ଏଥିରେ ଅଂଶଗ୍ରହଣ କରିବାକୁ ଭାରତ ଆସୁଛନ୍ତି । ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ବାଇଡେନ୍ ସେପ୍ଟେମ୍ବର ୭ରେ ଭାରତ ଗସ୍ତରେ ଆସିବେ ଏବଂ ସେପ୍ଟେମ୍ବର ୮ତାରିଖରେ ଏହି ଐତିହାସିକ କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ।