ରୁଷ ସ୍ଥିତ ବେଲଗୋରୋଡ଼ରେ ୟୁକ୍ରେନ୍ ଆକ୍ରମଣ ବୃଦ୍ଧି ପାଇଛି । ଏହାକୁ ଦୃଷ୍ଟିରେ ରଖି ରୁଷରେ ସୋମବାର ଏବଂ ମଙ୍ଗଳବାର ସମସ୍ତ ଶିକ୍ଷାନୁଷ୍ଠାନ ସହ ମଲ୍ ବନ୍ଦ ରହିବ ବୋଲି ଅଞ୍ଚଳର ରାଜ୍ୟପାଳ ଘୋଷଣା କରିଛନ୍ତି । ୟୁକ୍ରେନ୍ ସୀମାରେ ବେଲଗୋରୋଡ଼ ଥିବାରୁ ଏହା ଅଧିକ ପ୍ରଭାବିତ ହେବାର ସମ୍ଭାବନା ରହିଛି । ଅପରପକ୍ଷରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଏହି ଯୁଦ୍ଧ ବିଷୟରେ ଲଗାତର ଅପଡେଟ୍ ଦିଆଯାଉଛି ।ବେଲଗୋରୋଡ଼ର ରାଜ୍ୟପାଳ Vyacheslav Gladkov ଟେଲିଗ୍ରାମ୍ ମାଧ୍ୟମରେ ଦର୍ଶାଇଛନ୍ତି ଯେ ୟୁକ୍ରେନର କ୍ରମାଗତ ଏୟାର ଷ୍ଟ୍ରାଇକ୍ ରୁଷର ସୀମାନ୍ତରେ ଥିବା ଜିଲ୍ଲାଗୁଡ଼ିକୁୁ ପ୍ରଭାବିତ କରୁଛି । ରୁଷ ସୀମାନ୍ତ ଜିଲ୍ଲାରେ ଏଭଳି ପରିସ୍ଥିତି ଅତ୍ୟନ୍ତ କଷ୍ଟକର । ସମସ୍ତଙ୍କ ସୁରକ୍ଷା ଗୁରୁତ୍ୱପୂର୍ଣ୍ଣ ଅଟେ ତେଣୁ ରବିବାର ଏବଂ ସୋମବାର ଶପିଂ ମଲ୍ ଗୁଡ଼ିକ ବନ୍ଦ ରହିବା ସହ ସମସ୍ତ ଶିକ୍ଷାନୁଷ୍ଠାନ ସୋମବାର ଏବଂ ମଙ୍ଗଳବାର ବନ୍ଦ ରହିବ ।
Trending
- ଆୟକର ଫାଙ୍କି ନେଇ ଉତ୍କଳ ବିଲ୍ଡର୍ସରେ ଚଢ଼ଉ
- ଆଜି କାର୍ତ୍ତିକପୂର୍ଣ୍ଣିମାରୁ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା
- ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ରାଜ୍ୟର ବିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ
- ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ବିମାନ ଯାଞ୍ଚ
- ଆଜି କାର୍ତ୍ତିକ ମାସ ଶୁକ୍ଳପକ୍ଷ ପବିତ୍ର ଚତୁର୍ଦ୍ଦଶୀ ତିଥି,ଶ୍ରୀମନ୍ଦିରରେ ‘ଲକ୍ଷ୍ମୀ ନୃସିଂହ’ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ
- ନୀତିଶଙ୍କ ବିକାଶ ବନାମ ଲାଲୁଙ୍କ ଜଙ୍ଗଲରାଜ
- ନବୀନ ପଟ୍ଟନାୟକଙ୍କୁ କାଉଣ୍ଟର କଲେ ଭାଜପା ମୁଖପାତ୍ର ଅନିଲ ବିଶ୍ବାଳ
- ଆଜିଠାରୁ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ
- ଇଣ୍ଡିଆ ମେଣ୍ଟର ତିନି ମାଙ୍କଡ – ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ
- ବିଜେପି ଆଗରୁ ଭୋଟ୍ ଚୋରି କରି ସରକାର କରିଥିଲେ, ଆଉ ଏବେ ପ୍ରାର୍ଥୀ ଚୋରି – ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ