ମେଟ୍ରୋ ଟିଭି ଓଡିଶା (୧୯ .୪.୨୦୨୨):
ଥମୁନି ରୁଷ-ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ । ଆଜି ଯୁଦ୍ଧର ୫୫ ଦିନରେ ମଧ୍ୟ ଲଢ଼େଇ ଜାରି ରହିଛି । ଦୁଇ ଦେଶର ଯୁଦ୍ଧ ଉପରେ ରୋକ୍ ଲଗାଇବାକୁ ଅନେକ ଦେଶ ଅପିଲ କରିଛନ୍ତି । ହେଲେ କୌଣସି ସ୍ଥାୟୀ ସାମାଧାନ ବାହାରିନାହିଁ । ରୁଷ ୟୁକ୍ରେନ୍ ଉପରେ ଘନଘନ ଆକ୍ରମଣ କରୁଥିବା ବେଳେ ୟୁକ୍ରେନ୍ ମଧ୍ୟ ରୁଷ ଉପରେ ପ୍ରତି ଆକ୍ରମଣ କରୁଛି । ଏହାରି ଭିତରେ ରୁଷ ଦାବି କରିଛି ମାରିୟୁପୋଲ ସହର ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି । ରୁଷର ଏହି ଦାବିକୁ ମଧ୍ୟ ସ୍ୱୀକାର କରିଛି ୟୁକ୍ରେନ୍ । ୟୁକ୍ରେନର ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ମାରିୟୁପୋଲରେ ପରିସ୍ଥିତି ସଙ୍ଗୀନ ରହିଛି । ହେଲେ ଆମେ ରୁଷ ସୈନିକଙ୍କୁ ଠିକ୍ ଉତ୍ତର ଦେଇଛୁ ।

ସେପଟେ ରୁଷ ଖୁବଶୀଘ୍ର ୟୁକ୍ରେନ ଉପରେ ‘ପରମାଣୁ’ ଆକ୍ରମଣ ଆରମ୍ଭ କରିପାରେ । ଏନେଇ ଅନୁମାନ କରାଯାଉଛି । ରୁଷ ଏନେଇ ୟୁକ୍ରେନ୍କୁ ଚେତାବନୀ ଦେବା ସହ ପୁଟିନଙ୍କ ଏହି ସମ୍ଭାବନା ବିଶ୍ୱକୁ ପ୍ରସ୍ତୁତ ରହିବାକୁ ବାଧ୍ୟ କରୁଛି । ଖାଲି ସେତିକି ନୁହେଁ ରୁଷ ୟୁକ୍ରେନ୍ ବିରୋଧରେ ରାସାୟନିକ ଅସ୍ତ୍ର ବ୍ୟବହାର କରିବା ନେଇ ମଧ୍ୟ କହିଛି ।