ହୋଟେଲ ବୁକିଂ,ଫ୍ଲାଇଟ ଟିକେଟ ବାତିଲ କଲେ ଭାରତୀୟ

ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ମାଳଦ୍ୱୀପର ଅନେକ ନେତାଙ୍କ ଆପତ୍ତିଜନକ ମନ୍ତବ୍ୟ ପରେ ଭାରତୀୟମାନେ ମାଳଦ୍ୱୀପ ବୟକଟ ଅଭିଯାନ ଆରମ୍ଭ କରିଛନ୍ତି। ଭାରତୀୟମାନେ ପ୍ରତ୍ୟେକ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲାକ୍ଷାଦ୍ୱୀପର ଫଟୋ ଶେୟାର କରିବା ସହ ଏହାର ସୌନ୍ଦର୍ଯ୍ୟକୁ ପ୍ରଶଂସା କରୁଛନ୍ତି। ଭାରତୀୟଙ୍କ ଏହି ଅସନ୍ତୋଷ ଯୋଗୁ ଗତ ତିନି ଦିନ ମଧ୍ୟରେ ମାଳଦ୍ୱୀପ ପର୍ଯ୍ୟଟନ ଶିଳ୍ପ ଏକ ବଡ଼ ଝଟକା ପାଇଛି। ଭାରତୀୟମାନେ ଏପର୍ଯ୍ୟନ୍ତ ୧୦,୫୦୦ ହୋଟେଲ ବୁକିଂ ଏବଂ ମାଲଦ୍ୱୀପ ପାଇଁ ୫,୫୨୦ ବିମାନ ଟିକେଟ ବାତିଲ କରିଛନ୍ତି। ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମାଳଦ୍ୱୀପ ପ୍ରତି ଭାରତୀୟଙ୍କ ଉପରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଭାରତ ସହ ସମ୍ପର୍କ ନଷ୍ଟ ହେବା ମାଳଦ୍ୱୀପର ଅର୍ଥନୀତି ଉପରେ ସିଧାସଳଖ ପ୍ରଭାବ ପକାଇବାକୁ ଯାଉଛି।