ଅଷ୍ଟ୍ରେଲିଆର କେନର୍ସ ସହରର ଏକ ହୋଟେଲ ଛାତରେ ଏକ ହେଲିକପ୍ଟର ଖସିପଡିଛି। ଏହାନରେ ତୁରନ୍ତ ଜରୁରୀକାଳୀନ ଦଳକୁ ଡକାଯାଇଥିଲା। ପୋଲିସ ତୁରନ୍ତ ପୁରା ହୋଟେଲରେ ଥିବା ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା। ପ୍ରାୟ ୪୦୦ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଅଷ୍ଟ୍ରେଲୀୟ ଗଣମାଧ୍ୟମ ଅନୁଯାୟୀ ପାଇଲଟ ଏବଂ ବିମାନରେ ଥିବା ଅନ୍ୟ ଜଣେ ବ୍ୟକ୍ତି ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। କେନର୍ସ ଅଷ୍ଟ୍ରେଲିଆର ଅଗ୍ରଣୀ ପର୍ଯ୍ୟଟନ ସହର ଭାବରେ ମାନ୍ୟତା ପାଇଛି। ଏହା ଅଷ୍ଟ୍ରେଲିଆର ଗ୍ରେଟ ବ୍ୟାରେଜ ରିଫ ପାଇଁ ପ୍ରବେଶ ଦ୍ୱାର ଭାବରେ ବିବେଚନା କରାଯାଏ।
ଅଧିକାରୀମାନେ ସୋମବାର କହିଛନ୍ତି ଯେ ହେଲିକପ୍ଟରଟି ହୋଟେଲ ଛାତରେ ଖସିଯିବା ପରେ ହୋଟେଲରେ ଥିବା ଶହ ଶହ ଅତିଥିଙ୍କୁ ସ୍ଥାନାନ୍ତର କରାଯାଇଥିଲା। ସୋମବାର ଦିନ ପ୍ରାୟ ୨ଟା ସମୟରେ କେର୍ନସର ହିଲଟନର ଡବଲ ଟ୍ରି ହୋଟେଲରେ ଦୁର୍ଘଟଣାସ୍ଥଳକୁ ଜରୁରୀକାଳୀନ କର୍ମଚାରୀଙ୍କୁ ଡକାଯାଇଥିଲା। କୁଇନ୍ସଲ୍ୟାଣ୍ଡ ଷ୍ଟେଟ ପୋଲିସ ଏକ ବିବୃତ୍ତିରେ କହିଛି ଯେ ସତର୍କତାମୂଳକ ଭାବରେ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ଏବଂ ଭୂମିରେ କେହି ଆହତ ହୋଇନାହାଁନ୍ତି।
Trending
- ବଢ଼ିବ ଚାଷୀ ପଞ୍ଜୀକରଣ ସମୟସୀମା
- ପହିଲାରୁ ନୂଆ ନିୟମ ,ମାସିକ ବଜେଟକୁ କରିବ ପ୍ରଭାବିତ
- ମନ କି ବାତରେ ଓଡ଼ିଶା କଥା
- ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣାରେ ଫେରାର ଥିବା ବିଜେଡି କର୍ପୋରେଟର ଅମରେଶ ଜେନା ନୀଳଗିରିରୁ ଗିରଫ
- ଆଜି କାର୍ଗିଲ ବିଜୟ ଦିବସ
- ୧୦ ସରପଞ୍ଚ ବିଜେପିରେ ମିଶିଲେ
- ମୋହନଙ୍କ ମନ୍ତ୍ରିମଣ୍ଡଳ ସଂପ୍ରସାରଣ: କିଏ ପାଇବେ ସ୍ଥାନ?
- ମାଳଦୀପରେ ମୋଦୀ , ୨୧ ତୋପ ସଲାମି ସହ ସ୍ୱାଗତ କଲେ ରାଷ୍ଟ୍ରପତି
- ସରକାର ଥିବା ସମୟରେ ଜାତିଗତ ଜନଗଣନା ନକରିବା ଭୁଲ ଥିଲା – ରାହୁଲ ଗାନ୍ଧୀ
- ଓଡ଼ିଶା ହେବ ଟେକ୍ସଟାଇଲ ହବ୍,୬ ଟି ଟେକ୍ସଟାଇଲ ପାର୍କର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
Prev Post
Next Post