ଲେବାନନ୍ର ବିଦ୍ରୋହୀ ସଂଗଠନ ହେଜବୁଲ୍ଲାର ରକେଟ୍ ଆକ୍ରମଣରେ ଇସ୍ରାଏଲ ଅଧିକୃତ ଗୋଲାନ୍ ହାଇଟ୍ସର ଏକ ଖେଳପଡ଼ିଆରେ ଖେଳୁଥିବା ୧୨ ଶିଶୁଙ୍କ ମୃତ୍ୟୁ ଘଟିଥିଲା। ଏହି ଆକ୍ରମଣର ଜବାବ ଦେବାକୁ ଇସ୍ରାଏଲ୍ ଅଭିଯାନ ଆରମ୍ଭ କରିଛି। ଆଜି ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍)ର ପ୍ରତିଆକ୍ରମଣରେ ଲେବାନନ୍ରେ ହେଜବୁଲ୍ଲାର ଏକାଧିକ ଆଡ଼ା ଧ୍ବସ୍ତ ହୋଇଛି। ଗତକାଲି ଇସ୍ରାଏଲ ଅଧିକୃତ ଅଞ୍ଚଳରେ ରକେଟ୍ ମାଡ଼ ଓ ଶିଶୁଙ୍କ ମୃତ୍ୟୁ ଘଟଣାରେ ଇସ୍ରାଏଲ ହେଜବୁଲ୍ଲା ସଂଗଠନକୁ ଦାୟୀ କରିଛି। ତେବେ ଏହି ଅଭିଯୋଗକୁ ହେଜବୁଲ୍ଲା ଖଣ୍ଡନ କରିଛି।ଆଜି ସକାଳେ ଆଇଡିଏଫ୍ ଏକ ପ୍ରେସ୍ ବିବୃତ୍ତିରେ କହିଛି ଯେ ଲେବାନନ୍ ସୀମା ମଧ୍ୟରେ ଇସ୍ରାଏଲ ଯୁଦ୍ଧବିମାନ ପ୍ରବେଶ କରି ୭ଟି ହେଜବୁଲ୍ଲା ଆଡ଼ା ଉପରେ ଆକ୍ରମଣ କରିଛି। ତେବେ ଏହି ଆକ୍ରମଣ ଦ୍ବାରା ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ଲେବାନନ୍ କିମ୍ବା ହେଜବୁଲ୍ଳା ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ। ୨୦୨୩ ଅକ୍ଟୋବର ୭ ତରିଖରୁ ଚାଲିଥିବା ଇସ୍ରାଏଲ୍-ଗାଜା ଯୁଦ୍ଧରେ ଗତକାଲିର ହେଜବୁଲ୍ଳା ଆକ୍ରମଣରେ ୧୨ଶିଶୁଙ୍କ ମୃତ୍ୟୁ ଇସ୍ରାଏଲ୍ର ପ୍ରଥମ ବଡ଼ଧରଣର କ୍ଷତି ଅଟେ।
Trending
- କଟକରେ ସ୍ଵାଭାବିକ ହୋଇଛି ଇଣ୍ଟରନେଟ ସେବା
- ବିଳାସପୁରରେ ଭୂସ୍ଖଳନ ଯୋଗୁଁ ୧୮ ମୃତ , ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ
- କେଜରିୱାଲଙ୍କୁ ମିଳିଲା ସରକାରୀ କ୍ବାର୍ଟର
- ୩୬ଘଣ୍ଟା ପରେ କଟକରେ କର୍ଫ୍ୟୁ କୋହଳ
- ଗୁଳିମାଡ଼ରେ ବିଜେପି ନେତା ପୀତବାସ ପଣ୍ଡା।ଙ୍କ ମୃତ୍ୟୁ
- ବିହାର ନିର୍ବାଚନ ତାରିଖ ଘୋଷଣା କଲେ ନିର୍ବାଚନ କମିଶନର: ନଭେମ୍ବର ୧୧ ତାରିଖରେ ନୂଆପଡ଼ା ଉପନିର୍ବାଚନ
- ପୋଲିସ ଏସ୍ଆଇ ନିଯୁକ୍ତି ଘଟଣା: ଦୋଷୀଙ୍କୁ ଧରିବା ପାଇଁ ସିବିଆଇ କ’ଣ ଦରକାର ପଡ଼ିଲେ ଏନ୍ଆଇଏ ତଦନ୍ତ ହେବ
- କଟକରେ ବିଶୃଙ୍ଖଳା ସୃଷ୍ଟି କରିଥିବା ୮ ଜଣଙ୍କୁ ଗିରଫ କଲା ପୋଲିସ
- ନୂଆପଡ଼ାରେ ମୁଖ୍ୟମନ୍ତ୍ରୀ
- କଟକ ସହରରେ ସ୍ଥିତି ନିୟନ୍ତ୍ରଣ : ଇଣ୍ଟରନେଟ୍ ବନ୍ଦ
Prev Post
Next Post