ସୁରକ୍ଷାକର୍ମୀ-ଆତଙ୍କବାଦୀ ଗୁଳିବର୍ଷା,ଜଣେ ଆତଙ୍କବାଦୀ ମୃତ
ମେଟ୍ରୋ ଟିଭି ଓଡିଶା (୧୯ .୨.୨୦୨୨) :
ଆଜି ଜାମ୍ମୁ କାଶ୍ମୀରରେ ସେନା ଏବଂ ସୁରକ୍ଷାବାହିନୀ ବିରୋଧରେ ବଡ ଧରଣର ଅଭିଯାନ ଜାରି ରହିଛି । କାଶ୍ମୀରର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ,ଶୋପିୟାଁର ଜୈନାପୋରା ଅଞ୍ଚଳ ଚେରମାର୍ଗରେ ଗୁଳିବିନିମୟରେ ଜଣେ ଆତଙ୍କବାଦୀର ମୃତ୍ୟୁ ହୋଇଛି। ଯବାନଙ୍କ ଦ୍ୱାରା ଉକ୍ତ ଅଞ୍ଚଳରେ ତଲାସି ଅଭିଯାନ ଜାରି ରହିଛି।

ଉକ୍ତ ଅଞ୍ଚଳରେ ଆତଙ୍କବାଦୀ ଲୁଚି ଥିବା ନେଇ ପୁଲିସ,ସୈନା,ସିଆରପିଏଫର ଏକ ଟିମ ସୂଚନା ପାଇଥିଲେ। ଏହାପରେ ତଲାସି ଅଭିଯାନ ଆରମ୍ଭ କରିଥିଲେ। ଏହି ଅଞ୍ଚଳରେ ସୁରକ୍ଷାକର୍ମୀ ପ୍ରବେଶ କରିବା ମାତ୍ରେ ଆତଙ୍କବାଦୀ ଗୁଳି ଚାଳନା ଆରମ୍ଭ କରିଥିଲେ। ସୁରକ୍ଷାକର୍ମୀଙ୍କ ପାଲଟା ଗୁଳିଚାଳନାରେ ଜଣେ ଆତଙ୍କବାଦୀର ମୃତ୍ୟୁ ହୋଇଥିଲା।