ସିରିଆରେ ଆମେରିକାର ଏୟାରଷ୍ଟ୍ରାଇକ୍
ଲେବାନନରେ ଥିବା ହିଜବୁଲ୍ଲାର ଘାଟି ଉପରେ ଇସ୍ରାଏଲର ଭୟଙ୍କର ଆକ୍ରମଣ ଜାରି ରହିଥିବାବେଳେ ଆମେରିକା ସିରିଆରେ ଏୟାରଷ୍ଟ୍ରାଇକ୍ କରିଛି ।ସେପ୍ଟେମ୍ବର ୧୬ ରେ ହୋଇଥିବା ଆକ୍ରମଣର ବିବରଣୀ ମଧ୍ୟ ଦେଇଛନ୍ତି ଯେଉଁଥିରେ ସେମାନେ କେନ୍ଦ୍ରୀୟ ସିରିଆର ଏକ ଦୁର୍ଗମ ଅଜ୍ଞାତ ସ୍ଥାନରେ ଥିବା ଆଇଏସ ପ୍ରଶିକ୍ଷଣ ଶିବିର ଉପରେ “ବଡ଼ ଏୟାରଷ୍ଟ୍ରାଇକ୍” କରିଥିଲେ । ଏହି ଆକ୍ରମଣରେ ୨୮ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ସିରିଆରେ ପ୍ରାୟ ୯୦୦ ଆମେରିକୀୟ ସୈନିକ ଅଛନ୍ତି ଯେଉଁମାନେ ମୁଖ୍ୟତଃ ଉଗ୍ରବାଦୀ ଆଇଏସ୍ ସଙ୍ଗଠନ ପ୍ରତ୍ୟାହାରକୁ ରୋକିବାକୁ ଚେଷ୍ଟା କରୁଛନ୍ତି। ୨୦୧୪ରେ ଇରାକ ଓ ସିରିଆରେ ବଡ଼ ଧରଣର ଆକ୍ରମଣ କରିଥିଲା ଆଇଏସ୍ ।