ବିଶ୍ବର ତଟବର୍ତ୍ତୀ ସହରଗୁଡ଼ିକ ଜଳମଗ୍ନ ହେବା ଆଶଙ୍କା ଦେଖାଦେଇଛି। ୨୦୫୦ ମସିହା ସୁଦ୍ଧା ବିଶ୍ବର ପ୍ରାୟ ୧୨ଟି ସହର ସମୁଦ୍ର ଗର୍ଭରେ ଲୀନ ହୋଇଯିବ ବୋଲି ପାଣିପାଗ ବିଶେଷଜ୍ଞ ମତ ଦିଅନ୍ତି।ଆଣ୍ଟାର୍କଟିକା ମହାଦେଶର ଉତ୍ତରମେରୁରେ ତାପମାତ୍ରାବୃଦ୍ଧି ପାଇବାରେ ଲାଗିଛି। ୧୯୭୯ରୁ ୨୦୧୭ ମଧ୍ୟରେ ଏହି ମହାଦେଶରେ ପ୍ରାୟ ୬ଗୁଣ ବରଫ ହ୍ରାସ ପାଇଛି। ଜାନୁଆରୀ ୧୯୮୨ରେ ଆଣ୍ଟାର୍କଟିକାରେ ତାପମାତ୍ରା -୧୯.୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା। ଚଳିତ ବର୍ଷ ଜାନୁଆରୀ ମାସରେ ଦକ୍ଷିଣ ମେରୁରେ ସର୍ବୋଚ୍ଚ ତାପମାତ୍ରା ୧୮.୪ ଓ ଉତ୍ତରମେରୁରେ ୨୧ଡିଗ୍ରୀ ସେଲସିୟସ ଥିଲା। ଏହା ପୂର୍ବରୁ ୨୦୧୫ରେ ଏଠାକାର ତାପମାତ୍ରା ୧୭.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା। ଗତ ୨୮ ବର୍ଷ ମଧ୍ୟରେ ତାପମାତ୍ରାର ଏପରି ଦ୍ରୁତ ପରିବର୍ତ୍ତନ ମାନବ ଜାତିଙ୍କ ପାଇଁ ବିପଦ ସୃଷ୍ଟି କରିଛି ବୋଲି ଜଳବାୟୁ ବିେଶଷଜ୍ଞ ମତ ଦିଅନ୍ତି।ଜଳ ପତ୍ତନ ବୃଦ୍ଧି ଯୋଗୁଁ ସମୁଦ୍ର ଗର୍ଭରେ ଲୀନ ହୋଇଥିବା ୬ଟି ସହର ହେଲା- ଦ୍ବାରିକା (ଭାରତ), ପୋର୍ଟ ରୟାଲ(ଜାମାଇକା), ୟୋନାଗୁନି ଜିମା (ଜାପାନ), ଲାୟନ ସିଟି (ଚୀନ୍), ପବଲେପେଟ୍ରି (ଇଟାଲୀ) ଓ ବିଲା ଏପିକୁଏନ (ଆର୍ଜେଣ୍ଟିନା)। ଆଗାମୀ ୨୦୫୦ ମସିହା ମଧ୍ୟରେ ସମୁଦ୍ର ତଟବର୍ତ୍ତୀ ୧୩ଟି ସହର ସମ୍ପୂର୍ଣ୍ଣ ସତ୍ତା ହରାଇ ଥିବ ବୋଲି ବୈଜ୍ଞାନିକମାନେ ଅନୁମାନ କରିଛନ୍ତି।
Trending
- ‘ଆପଣଙ୍କ ପୁଞ୍ଜୀ ଆପଣଙ୍କ ଅଧିକାର’ ସଚେତନତା ଅଭିଯାନ ଗାନ୍ଧୀନଗରରୁ ଶୁଭାରମ୍ଭ, ଉଦ୍ଘାଟନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
- 7-15 ବର୍ଷ ବୟସର ପିଲାଙ୍କ ପାଇଁ ଆଧାର ବାୟୋମେଟ୍ରିକ୍ ସଂଶୋଧନ ଦେୟ ଛାଡ଼ କଲା ୟୁଆଇଡିଏଆଇ
- 6 ବର୍ଷରେ ପ୍ରାୟ 17 କୋଟି ନିଯୁକ୍ତି ସୃଷ୍ଟି କରିଛି ଭାରତ
- ରାଜ୍ୟର ଦଶହରା ଦୁର୍ଗାମେଢ଼ଙ୍କୁ ୭ କୋଟି ୧ ଲକ୍ଷ ୪୦ ହଜାର ଟଙ୍କା ଆର୍ଥିକ ଅନୁଦାନ ରାଶି ପ୍ରଦାନ କଲେ ରାଜ୍ୟ ସରକାର
- ନକ୍ସଲବାଦୀମାନେ ଏବେ ସେମାନଙ୍କର ଅସ୍ତ୍ରଶସ୍ତ୍ର ଆତ୍ମସମର୍ପଣ କରିବାକୁ ପଡିବ – ଅମିତ ଶାହ
- ଚୌଦ୍ବାର ଜେଲ୍ରୁ ଦୁଇ ହାର୍ଡକୋର କଏଦୀ ଫେରାର
- ପେଶାୱରରେ ବୋମା ବିସ୍ପୋରଣ, ୯ ମୃତ
- ଟିକସ ହସ୍ତାନ୍ତର ବାବଦରେ ଓଡିଶାକୁ ଆଗୁଆ ୪୬୦୧ କୋଟି
- ସ୍ୱଦେଶୀ ପ୍ଲାଟଫର୍ମ ଏବଂ ସେବା ବ୍ୟବହାର ଦିଗରେ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ
- ରାଜ୍ୟସ୍ତରୀୟ ଗାନ୍ଧୀ ଜୟନ୍ତୀ ପାଳିତ , ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୁଖ୍ୟମନ୍ତ୍ରୀ
Next Post