ଷ୍ଟାର୍ଟଅପ୍ ଫାଉଣ୍ଡର କରନ୍ତୁନି ଏହି ଭୁଲ୍

ମେଟ୍ରୋ ଟିଭି ଓଡିଶା (୧୭.୫.୨୦୨୨)

ବର୍ତ୍ତମାନ ଦେଶର ଯୁବପୀଢ଼ି ଷ୍ଟାର୍ଟଅପ୍ ଦିଗରେ ଅଧିକ ଧ୍ୟାନ ଦେଉଛନ୍ତି । ପ୍ରତିଦିନ ନୂଆ ନୂଆ ଷ୍ଟାର୍ଟଅପ୍ ମଧ୍ୟ ଲଞ୍ଚ ହେଉଛି । ଅନେକ ସମୟରେ ଷ୍ଟାର୍ଟଅପ୍ ବିଫଳ ମଧ୍ୟ ହେଉଛନ୍ତି । ତେବେ ଏହାରି ମଧ୍ୟରେ ଆରପିଜି ଗୋଏଙ୍କା ମୁଖ୍ୟ ହର୍ଷ ଗୋଏଙ୍କା ଷ୍ଟାର୍ଟଅପ୍ ଆରମ୍ଭ କରୁଥିବା ଲୋକଙ୍କ ପାଇଁ କିଛି ଟିପ୍ସ ଦେଇଛନ୍ତି ।

ଗୋଏଙ୍କା ଏକ ଗ୍ରାଫ୍ ଶେୟାର କରି ଲେଖିଛନ୍ତି ଯେ… ଟପ୍ ୧୦ ଷ୍ଟାର୍ଟଅପ୍ ଭୁଲ୍… ଗୋଏଙ୍କା ଯେଉଁ ଗ୍ରାଫ୍ ଶେୟାର କରିଛନ୍ତି, ତାହ ଅନୂଯାୟୀ ଷ୍ଟାର୍ଟଅପ୍ ସବୁଠୁ ବଡ଼ ଭୁଲ ହେଉଛି ଭୁଲ୍ ଉତ୍ପାଦ ବା ପ୍ରୋଡକ୍ଟ ତିଆରି କରିବା ଯାହାକୁ କେହି ନେବାକୁ ଚାହୁନାହାଁନ୍ତି । ଏହା ଛଡ଼ା ଭୁଲ୍ ହାୟରିଙ୍ଗ, ଇଚ୍ଛାଶକ୍ତିରେ ଅଭାବ, ସେଲ୍ସ ତଥା ମାର୍କେଟିଙ୍ଗ କରିବାରେ ସଫଳ ନହେବା, ଠିକ୍ କୋ-ଫାଉଣ୍ଡର ନହେବା, କଷ୍ଟମରଙ୍କୁ ଛାଡ଼ି ନିବେଶକଙ୍କ ପଛରେ ଧାଇଁବା, ଏହି ଧାରଣା ରଖିବା ଯେ ଫାଉଣ୍ଡରଙ୍କ ପାଖରେ ପର୍ଯ୍ୟାପ୍ତ ଟଙ୍କା ରହିଛି, ଅଧିକ ଟଙ୍କା ଖର୍ଚ୍ଚ କରିଚାଲିବା, ସାହାଯ୍ୟ ମାଗିବାକୁ ପଛେଇବା ଏବ ସୋସିଆଲ ମିଡିଆ ଇଗ୍ନୋର କରିବା ଭଳି ଭୁଲ ସାମିଲ ରହିଛି । ହର୍ଷ ଗୋଏଙ୍କା କହିଛନ୍ତି ଷ୍ଟାର୍ଟଅପ୍୍ ଆରମ୍ଭ କରୁଥିବା ବ୍ୟକ୍ତି ଏହି ସବୁ କଥା ଉପରେ ଧ୍ୟାନ ରଖିବା ଦରକାର ।

ନିଜର ଷ୍ଟାର୍ଟଅପ୍ ଆରମ୍ଭ କରିବା ଏବଂ ନିବେଶକଙ୍କ ଠାରୁ ଭ୍ୟାଲୁଏସନ ପାଇବା କେବେବି ସହଜ ନୁହେଁ । ଅଧିକ ଫଣ୍ଡିଙ୍ଗ ଏବଂ ଭ୍ୟାଲୁଏସନ ପାଇବା ପାଇଁ ଷ୍ଟାର୍ଟଅପ୍ ଫାଉଣ୍ଡର କିଛି ଭୁଲ କରିବସିଥାନ୍ତି । ହର୍ଷ ଗୋଏଙ୍କା ଏକ ଟ୍ୱିଟ୍ କରି କହିଛନ୍ତି ଯେ ଷ୍ଟାର୍ଟଅପ୍ ଫାଉଣ୍ଡରଙ୍କୁ କେଉଁ ୧୦ କଥାର ଧ୍ୟାନ ରଖିବାକୁ ପଡ଼ିବ ।