ଲିଭୁନି ‘ଅଗ୍ନିପଥ’ ନିଆଁ; ଆଜି ଭାରତ ବନ୍ଦ ଡାକରା
ମେଟ୍ରୋ ଟିଭି ଓଡିଶା (୨୦.୬.୨୦୨୨)
ଦେଶରେ ଲିଭୁନି ‘ଅଗ୍ନିପଥ’ ନିଆଁ । ‘ଅଗ୍ନିପଥ’ ଯୋଜନାକୁ ବିରୋଧ କରି ବିଭିନ୍ନ ସଂଗଠନ ପକ୍ଷରୁ ଆଜି ଭାରତ ବନ୍ଦ ଡାକରା ଦିଆଯାଇଛି । ଏହି ଯୋଜନାକୁ ବିରୋଧ କରି ଦେଶର ଅଧାରୁ ଅଧିକ ରାଜ୍ୟରେ ନିଆଁ ଜଳୁଥିବା ବେଳେ ଦେଶର ଅନେକ ସ୍ଥାନରେ ଆନ୍ଦୋଳନ ଯୋଗୁ ରେଳସେବା ଅଧିକ କ୍ଷତିଗ୍ରସ୍ତ ହୋଇଛି ।

ଆନ୍ଦୋଳନକାରୀ ମାନେ ଅନେକ ଟ୍ରେନ୍ରେ ନିଆଁ ଲଗାଇ ଦେଇଥିବା ଦେଖିବାକୁ ମିଳିଛି । ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରେଲୱେ ପକ୍ଷରୁ ମଧ୍ୟ ବିଭିନ୍ନ ରେଳ ସେବା ବନ୍ଦ କରିଦିଆଯାଇଛି । ହେଲେ ଆଜି ବିଭିନ୍ନ ସଂଗଠନ ପକ୍ଷରୁ ‘ଅଗ୍ନିପଥ’କୁ ବିରୋଧ କରି ଭାରତ ବନ୍ଦ ଡାକରା ଦିଆଯାଇଛି । ତେଣୁ ପରିସ୍ଥିତିକୁ ନଜରେ ରଖି ଜିଆରପି ଓ ଆରପିଏଫ୍ ହାଇଆଲର୍ଟରେ ରହିଛନ୍ତି ।