ଧୂଆଁ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପାକିସ୍ତାନର ପଞ୍ଜାବ ସରକାର ପ୍ରାଦେଶିକ ରାଜଧାନୀ ଲାହୋରରେ କରୋନା ମହାମାରୀ ସମୟ ଭଳି ପ୍ରତିବନ୍ଧକ ଲଗାଇ ପାରନ୍ତି। ମଙ୍ଗଳବାର ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟରେ ଏହି ସୂଚନା ଦିଆଯାଇଛି।ଜିଓ ନ୍ୟୁଜ ସୂତ୍ରରୁ ପ୍ରକାଶ ବୁଧବାର ଦିନ ସମସ୍ତ ବିଦ୍ୟାଳୟ, ବଜାର ଏବଂ କାରଖାନା ବନ୍ଦ ରହିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି। ସମ୍ପୂର୍ଣ୍ଣ ଲକଡାଉନ କରାଯିବାର ଯୋଜନା ରହିଛି। ସହର କମିଶନର କହିଛନ୍ତି ଲାହୋର ଡିଭିଜନରେ ଧୂଆଁର ମୁକାବିଲା ପାଇଁ ଅଧିକାରୀମାନେ ଦୁଇ ମାସ ଧରି ଓ୍ବାର୍କ ଆଟ ହୋମ କରିବେ। ବୁଧବାର ବଜାର ବନ୍ଦ ରଖିବାକୁ ପ୍ରସ୍ତାବ ଉପରେ ବ୍ୟବସାୟୀଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି।କମିଶନର୍ ମହମ୍ମଦ ଅଲି ରାନ୍ଧୱା କହିଛନ୍ତି ଯଦି ବ୍ୟବସାୟୀମାନେ ଚାହାଁନ୍ତି ତେବେ ସେମାନେ ରବିବାର ଦିନ ବଜାର ଖୋଲିପାରିବେ। ରିପୋର୍ଟରେ କୁହାଯାଇଛି ନୂତନ ନୀତି ଅନୁଯାୟୀ ସରକାରୀ ବିଭାଗ ବୁଧବାର ୫୦ ପ୍ରତିଶତ କର୍ମଚାରୀଙ୍କ ସହ କାମ କରିବ। ସପ୍ତାହ ଶେଷରେ ଶନିବାର ଏବଂ ରବିବାର ସ୍ନାପ ଯାଞ୍ଚ ମଧ୍ୟ ପରାମର୍ଶ ଦିଆଯାଇଛି ।ଏହି ରିପୋର୍ଟରେ କୁହାଯାଇଛି ନିୟମ ଉଲ୍ଲଂଘନ କରୁଥିବା କାରଖାନାଗୁଡ଼ିକ ଉପରେ ଜରିମାନା ଲାଗୁ କରିବାକୁ ଏବଂ ନିର୍ଦ୍ଦେଶକୁ ଅବମାନନା କଲେ ସେମାନଙ୍କୁ ବନ୍ଦ କରିବାକୁ ପ୍ରଶାସନକୁ ପରାମର୍ଶ ଦିଆଯାଇଛି।
Trending
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
Next Post