ଇସ୍ରାଏଲ-ପାଲେଷ୍ଟାଇନ୍ ମଧ୍ୟରେ ଅନେକ ଦଶନ୍ଧି ଧରି କୁହୁଳୁଥିବା ଅସନ୍ତୋଷର ନିଆଁ I ୨୦୨୩ ଅକ୍ଟୋବର ୬ରେ ହୁ ହୁ ଜଳିଉଠିଥିଲା। ଗାଜା ଶାସକ ହମାସ୍ ୨୦ ମିନିଟ୍ ମଧ୍ୟରେ ଇସ୍ରାଏଲ ଉପରେ ୫ ହଜାରରୁ ଊର୍ଦ୍ଧ୍ୱ ରକେଟ ମାଡ଼ କରିଥିଲା। ଇରାନ୍ ସମର୍ଥତ୍ତ ହମାସ୍ ଆତଙ୍କବାଦୀଙ୍କ ମୂଳପୋଛ ପାଇଁ ପଣ କରିଥିବା ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ବିଧିବଦ୍ଧ ଯୁଦ୍ଧର ନିର୍ଦ୍ଦେଶ ଦେଲେ। ଏହି ଯୁଦ୍ଧରେ ଉଭୟ ପକ୍ଷର ପ୍ରାୟ ୨ ହଜାର ଲୋକ ନିହତ ହେଲେଣି। ଜାତିସଂଘର ଏକ ରିପୋର୍ଟ ଅନୁସାରେ ଗାଜାରୁ ପ୍ରାୟ ୨ ଲକ୍ଷ ବିସ୍ଥାପିତ ହୋଇଛନ୍ତି, ଯାହାକି ୨୦୧୪ ପରେ ସର୍ବାଧିକ। ୟୁଏନ୍ କୋଅର୍ଡିନେଶନ୍ ଅଫ୍ ହ୍ୟୁମାନିଟାରିଆନ୍ ଆଫେୟାର୍ସ ଅଫିସ ତଥ୍ୟାନୁସାରେ, ସୋମବାର ସୁଦ୍ଧା ଗାଜାରୁ ୧୮୭,୫୧୮ ଲୋକଙ୍କୁ ସେମାନଙ୍କ ଘରୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା। ୟୁଏନ୍ଆର୍ଡବ୍ଲ୍ୟୁଏର ୮୩ ସ୍କୁଲରେ ୧୩୭,୪୨୭ ଶରଣାର୍ଥୀ ଆଶ୍ରୟ ନେଇଛନ୍ତି। ଯୁଦ୍ଧର ଚତୁର୍ଥ ଦିନ ଇସ୍ରାଏଲ ପକ୍ଷରୁ ଗାଜାକୁ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନର ବାଟ ବନ୍ଦ କରାଯିବା ଏବଂ ଆକାଶମାର୍ଗରୁ ତୁହାକୁ ତୁହା ଏୟାରଷ୍ଟ୍ରାଇକ୍ ହମାସ୍ ବିଦ୍ରୋହୀଙ୍କୁ ଆହୁରି ରକ୍ତମୁଖା କରିଦେଇଛି। ଏହି ସଂଘର୍ଷ କେବଳ ସମ୍ପୃକ୍ତ କ୍ଷେତ୍ରରେ ମାନବୀୟ ସଙ୍କଟ ସୃଷ୍ଟି କରିନାହିଁ, ବରଂ ସାରା ବିଶ୍ୱରେ ଏକ ସମ୍ଭାବ୍ୟ ଆର୍ଥିକ ସଂଘାତର କାରଣ ପାଲଟିଛି। ଏହାକୁ ଦେଖି ମଙ୍ଗଳବାର ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ମଧ୍ୟ ସତର୍କ କରାଇଛି। ଆଇଏମ୍ଏଫ୍ ଅନୁସାରେ ଅନ୍ତର୍ଜାତୀୟ ସ୍ତରରେ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ପକ୍ଷରୁ ଉଚ୍ଚ ସୁଧହାର ଲଗାଯିବା, ୟୁକ୍ରେନ୍ ଯୁଦ୍ଧ ଲମ୍ବିଚାଲିବା ଏବଂ ଭୂରାଜନୈତିକ ଫାଟର ବ୍ୟବଧାନ ବଢ଼ିବା ଯୋଗୁ ବିଶ୍ୱ ଅର୍ଥନୀତି ଗତିଶୀଳତା ହରାଇସାରିଛି। ଚଳିତବର୍ଷ ବୈଶ୍ୱିକ ଆର୍ଥିକ ଅଭିବୃଦ୍ଧି ୩% ଥିବାବେଳେ ୨୦୨୪ରେ ଏହା ୨.୯%କୁ ଖସିବ। ମଧ୍ୟପ୍ରାଚ୍ୟରେ ନୂଆ ଯୁଦ୍ଧ ଲମ୍ବିଚାଲିଥିଲେ ନୀତି ନିର୍ଦ୍ଧାରକମାନଙ୍କ ଯୋଜନା ସଫଳ ହୋଇ ନ ପାରେ। ବିଶ୍ୱବ୍ୟାଙ୍କ ଅଧ୍ୟକ୍ଷ ଅଜୟ ବାଙ୍ଗାଙ୍କ ମତରେ ବର୍ତ୍ତମାନ ଅର୍ଥନୀତିଗୁଡ଼ିକ ପାଇଁ ଭଙ୍ଗୁର ସ୍ଥିତି ରହିଛି। ଯୁଦ୍ଧ ଜାରି ରହିଲେ ସୁଧହାର ହ୍ରାସ ପାଇଁ ଚିନ୍ତା କରୁଥିବା କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ସକାଶେ ଆହ୍ବାନ ସୃଷ୍ଟି ହେବ। ମୁଦ୍ରାସ୍ପୀତି ନିୟନ୍ତ୍ରଣ ଓ ମାନ୍ଦାବସ୍ଥାକୁ ଏଡ଼ାଇବା କଷ୍ଟକର ହୋଇପଡ଼ିବ। ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ ୟୁକ୍ରେନ୍ ଯୁଦ୍ଧ ଭଳି ସୁଦୂରପ୍ରସାରୀ ହୋଇ ନ ପାରେ। କିନ୍ତୁ ସଦ୍ୟ ସଂଘର୍ଷ ଯୋଗୁ ତୈଳ ଓ ଖାଦ୍ୟ ଦର ବଢ଼ିଛି। ଲଣ୍ଡନ୍ ବିଜନେସ୍ ସ୍କୁଲ ପ୍ରଫେସର ତଥା ୟୁରୋପୀୟ କେନ୍ଦ୍ରୀୟ ବ୍ୟାଙ୍କର ପୂର୍ବତନ ମହାନିର୍ଦ୍ଦେଶକ ଲୁକ୍ରେଜିଆ ରିଚ୍ଲିନ୍ କହିଛନ୍ତି, ତୈଳ ଦର ବଢ଼ିଲେ ଆମେରିକାର ଫେଡେରାଲ ରିଜର୍ଭ ଓ ଅନ୍ୟ ସେଣ୍ଟ୍ରାଲ ବ୍ୟାଙ୍କଗୁଡ଼ିକ ରେପୋ ରେଟ୍ ବଢ଼ାଇବାକୁ ବାଧ୍ୟହେବେ। କାରଣ ଶକ୍ତି କ୍ଷେତ୍ରରେ ଅନେକ ଦେଶ ଉଭୟ ରୁଷିଆ ଓ ମଧ୍ୟପ୍ରାଚ୍ୟ ଉପରେ ନିର୍ଭରଶୀଳ।ଯୁଦ୍ଧ ଲମ୍ବିଲେ ଇରାନ ଓ ସାଉଦି ଆରବ ଭଳି ପ୍ରମୁଖ ତୈଳ ଉତ୍ପାଦନକାରୀ ରାଷ୍ଟ୍ରରୁ ହୋର୍ମୁଜ, ବବ୍-ଏଲ୍-ମାଣ୍ଡବ ଓ ସୁଏଜ୍ କେନାଲ ଦେଇ ଇନ୍ଧନ ପରିବହନ ବାଧାପ୍ରାପ୍ତ ହେବ। ଏହାଦ୍ୱାରା ଅଏଲ୍ ଏବଂ ଇକ୍ୱିଟି ମାର୍କେଟ ପ୍ରଭାବିତ ହେବ ବୋଲି ବ୍ୟାଙ୍କ ଅଫ୍ ଇଣ୍ଟରନ୍ୟାଶନାଲ ସେଟଲମେଣ୍ଟ୍ସ ଜେନେରାଲ ମ୍ୟାନେଜର ଅଗଷ୍ଟିନ୍ କାର୍ଷେନ୍ସ କହିଛନ୍ତି। ଯୁଦ୍ଧ, ଆର୍ଥିକ ଅସ୍ଥିରତା, ସଙ୍କଟ ଓ ସଂଘର୍ଷ ସମୟରେ ୟୁଏସ୍ ଟ୍ରେଜେରିକୁ ସୁରକ୍ଷିତ ମନେକରାଯାଇଥାଏ। ସୁଧହାର ହ୍ରାସ ଖାଉଟି ଓ ବ୍ୟବସାୟିକ ସଂସ୍ଥାଗୁଡ଼ିକ ପାଇଁ ଆଶ୍ୱସ୍ତି ଆଣିଦେଇପାରେ। କିନ୍ତୁ ସଦ୍ୟ ଯୁଦ୍ଧ ଯୋଗୁ ଆମେରିକୀୟ ବଣ୍ଡ୍ ପ୍ରାଇସ୍ ବଢ଼ିବାରେ ଲାଗିଛି, ଯାହାକି ଏକ ଅଶୁଭ ସଙ୍କେତ। ଅନ୍ୟପକ୍ଷେ ଆମେରିକା ଟ୍ରେଜେରି ସେକ୍ରେଟାରି ଜନେଟ୍ ଏଲ୍. ୟେଲେନ୍ କହିଛନ୍ତି, ଏଭଳି ଜଟିଳ ଆର୍ଥିକ ଚ୍ୟାଲେଞ୍ଜର ସମାଧାନ ଦିଗରେ ଚାଇନା ବଡ଼ ଭୂମିକା ନେଇପାରେ। ତେବେ ନୂଆ ଆହ୍ବାନ ଆମେରିକା ଉପରେ ମାନ୍ଦାବସ୍ଥା ବଡ଼ ବୋଝ ସାଜିବ ନ ପାରେ।
Trending
- ଓଡ଼ିଶା ଛାଡ଼ି ଇଣ୍ଡୋନେସିଆ ଯିବେ ୫ଟି ଶିଶୁ ଓରାଙ୍ଗଉଟାନ୍
- ଗଣେଷ ପୂଜା ସମୟରେ ୬୫ ଡିବି ଡିଜେ ସାଉଣ୍ଡରୁ ଊର୍ଦ୍ଧ୍ୱ, ଅଶ୍ଳୀଳ ନୃତ୍ୟ ଉପରେ ସମ୍ପୂର୍ଣ୍ଣ ରୋକ
- ମା’କୁ ଖୋଜିବାର ମାନସିକ ଚାପରେ ଓରାଙ୍ଗଓଟାନ,ଷ୍ଟ୍ରେସ୍ କମାଇବା ପାଇଁ ଦିଆଯିବ ମ୍ୟୁଜିକ୍ ଥେରାପି
- ମା’ କୋଳକୁ ଫେରିଲେ ୧୦୧ ନିଖୋଜ ଶିଶୁ ନିଖୋଜ ଶିଶୁ , ନିଖୋଜ ଶିଶୁଙ୍କୁ ଠାବ କରିବାକୁ ଅଭିଯାନ ଚଳାଇଥିଲା ସିଏଡବ୍ଲୁ ଟିମ୍
- ୟୁଏଇ ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା,ରାଜ୍ୟରେ ନୂତନ ନିବେଶ ସୁଯୋଗ ସୃଷ୍ଟି ନେଇ ଆଲୋଚନା
- ବଣ୍ଡା ଘାଟିରେ ମ୍ୟାଲେରିଆ ଆତଙ୍କ,ରକ୍ତ ପରୀକ୍ଷା, ଔଷଧ ବଣ୍ଟନ, ମଶାରି ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେବା ଉପରେ ରାଜ୍ୟ ଟିମ୍ ର ଗୁରୁତ୍ୱାରୋପ
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
Prev Post
Next Post