ଲାହୋରରେ ଖଲିସ୍ତାନୀ ସମର୍ଥକ ଆତଙ୍କବାଦୀ ପରମଜୀତ ସିଂହଙ୍କୁ ହତ୍ୟା

ଲାହୋର: ଖଲିସ୍ତାନୀ ସମର୍ଥକ ଆତଙ୍କବାଦୀ ପରମଜୀତ ସିଂହଙ୍କୁ ହତ୍ୟା କରାଯାଇଛି । ଗୁଳି କରି କିଏ ହତ୍ୟା କଲା ଜଣାପଡିନାହିଁ । ଭାରତ ପାଇଁ ମୋଷ୍ଟ ଓ୍ବାଣ୍ଡେଡ ଥିବା ପରମଜୀତକୁ  ଲାହୋରଠାରେ କିଛି ଅଜଣା ଦୁର୍ବୃତ୍ତ ହତ୍ୟା କରିଛନ୍ତି ।  ଖଲିସ୍ତାନ ପ୍ରସଙ୍ଗରେ ମତ ଦେଇ ଚର୍ଚାରେ ରହୁଥିଲା ପରମଜିତ । ଭାରତ ବିରୋଧରେ ଷଡ଼ଯନ୍ତ୍ର କରୁଥିଲା ।  ପାକିସ୍ତାନର ଲାହୋରରେ ମୋଷ୍ଟ ୱାଣ୍ଟେଡ୍ ଖଲିସ୍ତାନୀ ଆତଙ୍କବାଦୀ ପରମଜିତ ସିଂହ ପଞ୍ଜୱରକୁ ଗୁଳିକରି ହତ୍ୟା କରାଯାଇଥିବା ସେଠାକାର ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ସେ ପାକିସ୍ତାନରେ ରହି ନିଜର ନାମ ବଦଳାଇ ସେଠାରୁ ଖଲିସ୍ତାନ ଆନ୍ଦୋଳନ ପାଇଁ କାମ କରୁଥିଲା।