ଲଢ଼େଇ ଥମିବାର ନାଁ ଧରୁନାହିଁ

ଇସ୍ରାଏଲ ରାତିକରେ ୪୫୦ ଟାର୍ଗେଟ୍‌ ଧ୍ବଂସ

ଇସ୍ରାଏଲ-ହମାସ ଯୁଦ୍ଧକୁ ମଙ୍ଗଳବାର ଏକ ମାସ ପୂରିଥିବା ବେଳେ ଲଢ଼େଇ ଥମିବାର ନାଁ ଧରୁନାହିଁ। ଇସ୍ରାଏଲ ସେନା ସୋମବାର ଉତ୍ତର ଗାଜାରେ ହମାସ ଆତଙ୍କବାଦୀଙ୍କ ଉପରେ ଆକ୍ରମଣ ଜାରି ରହିଛି। ଇସ୍ରାଏଲ ସେନା ରବିବାର ବିଳମ୍ବିତ ରାତିରେ ଘୋଷଣା କରିଥିଲା ଯେ ସେମାନେ ଗାଜା ସିଟିକୁ ଘେରାଉ କରିଛନ୍ତି ଏବଂ ଏହାକୁ ଉତ୍ତର-ଦକ୍ଷିଣ ଭାବେ ଦୁଇ ଭାଗରେ ବିଭକ୍ତ କରିଛନ୍ତି। ତେବେ ଗାଜାକୁ ସହାୟତା ଯୋଗାଣ ଓ ବନ୍ଦୀମାନଙ୍କ ମୁକ୍ତି ପାଇଁ ‘ରଣନୈତିକ ସାମୟିକ ଯୁଦ୍ଧବିରତି’ ପାଇଁ ଇସ୍ରାଏଲ ରାଜି ହୋଇଥିବା ଜଣାପଡ଼ିଛି।