ତୀବ୍ର ହେବାରେ ଲାଗିଛି ଇସ୍ରାଏଲ-ହମାଲ ଯୁଦ୍ଧ ସଂକଟ । ସିରିଆସ୍ଥିତ ଇରାନର ଦୁଇଟି ସାମରିକ ସ୍ଥଳୀରେ ଏୟାରଷ୍ଟ୍ରାଇକ କରିଛି ଆମେରିକା । ସିରିଆସ୍ଥିତ ଇସଲାମିକ ରିଭଲ୍ୟୁସନାରୀ ଗାର୍ଡ କର୍ପସ ବା ଆଇରଜିସିର ଦୁଇଟି ସ୍ଥଳୀରେ ହମଲା କରିଛି ଆମେରିକା ମିଲିଟାରୀ । ଏକ ବିଜ୍ଞପ୍ତି ଜରିଆରେ ଏନେଇ ସୂଚନା ଦେଇଛନ୍ତି ଆମେରିକା ପ୍ରତିରକ୍ଷା ସଚିବ ଲୟଡ ଅଷ୍ଟିନ । ସେ କହିଛନ୍ତି ଇରାକ ଓ ସିରିଆରେ ଅବସ୍ଥାପିତ ଆମେରିକା ସୈନ୍ୟଙ୍କ ଉପରେ ଇରାନର କେତେକ ସଂଗଠନ ଆକ୍ରମଣ କରିବା ପ୍ରତିବାଦରେ ପ୍ରିସିସନ ସେଲଫ ଡିଫେନ୍ସ ଷ୍ଟ୍ରାଇକ କରାଯାଇଛି ।ଇରାନର ଆକ୍ରମଣରେ ଜଣେ ଆମେରିକୀୟ କଣ୍ଟ୍ରାକ୍ଟରଙ୍କ ମୃତ୍ୟୁ ଘଟିଥିବାବେଳେ ୨୧ ଜଣ ଆମେରିକୀୟ ସୈନ୍ୟ ଆହତ ହୋଇଥିଲେ ବୋଲି କହିଛନ୍ତି ଅଷ୍ଟିନ । ଆମେରିକୀୟ ସୈନ୍ୟଙ୍କ ଉପରେ ଇରାନ ଆକ୍ରମଣ କରୁଥିବା ନେଇ ଗତ ଗୁରୁବାର ଇରାନର ସୁପ୍ରିମଲିଡର ଆୟାତୋଲ୍ଲା ଖୋମିନୀଙ୍କୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଚେତାବନୀ ଦେବା ପରେ ସିରିଆରେ ଏହି ହମଲା ହୋଇଛି ।
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Prev Post
Next Post