ଇସ୍ରାଏଲ୍ ଉପରେ ହମାସ୍ ଆକ୍ରମଣ ପରେ ଆମେରିକା ପୂର୍ବ ଭୂମଧ୍ୟସାଗର ଅଞ୍ଚଳକୁ ବିମାନବାହୀ ଯୁଦ୍ଧଜାହାଜ ସାଙ୍ଗକୁ ଜାହାଜ ଓ ଜେଟ୍ ପଠାଇଛି। ଏଥିସହିତ ଇସ୍ରାଏଲ୍କୁ ଅଧିକ ଯୁଦ୍ଧ ଉପକରଣ ଓ ଗୁଳିଗୋଳା ଯୋଗାଇଦେବ ବୋଲି ଆମେରିକା କହିଛି। ହମାସ୍ ଆକ୍ରମଣରେ ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରେ କେତେଜଣ ଆମେରିକା ନାଗରିକ ରହିଥିବା ଏହାର ଜାତୀୟ ସୁରକ୍ଷା ମୁଖପାତ୍ର କହିଛନ୍ତି। ଭୂମଧ୍ୟ ସାଗରୀୟ ଅଞ୍ଚଳକୁ ୟୁଏସ୍ଏସ୍ ଗେରାଲ୍ଡ ଆର୍. ଫୋର୍ଡ ବିମାନବାହୀ ଯୁଦ୍ଧଜାହାଜ ସାଙ୍ଗକୁ ଏକ ମିଶାଇଲ୍ କ୍ରୁଇଜର ଏବଂ ୪ଟି ମିଶାଇଲ୍ ଡେଷ୍ଟ୍ରୟର ପଠାଯାଇଥିବା ଆମେରିକା ପ୍ରତିରକ୍ଷା ସଚିବ ଲୟଡ୍ ଅଷ୍ଟିନ୍ କହିଛନ୍ତି। ଇସ୍ରାଏଲର ଶତ୍ରୁମାନେ ଯେପରି ବର୍ତ୍ତମାନର ସ୍ଥିତିରୁ ଫାଇଦା ଉଠାଇ ନ ପାରିବେ, ସେ ଦିଗରେ ଆମେରିକା କାର୍ଯ୍ୟ କରୁଥିବା ହ୍ବାଇଟ୍ ହାଉସ୍ ପକ୍ଷରୁ କୁହାଯାଇଛି। ବିଶେଷ କରି ଲେବାନନ୍ର ଶକ୍ତିଶାଳୀ ହେଜବୋଲ୍ଲା ଯେପରି ଆକ୍ରମଣରେ ସାମିଲ ନ ହୁଏ, ତାହାକୁ ରୋକିବା ପାଇଁ ଆମେରିକା ଆଗ୍ରହ ପ୍ରକାଶ କରିଛି। ଅନ୍ୟପକ୍ଷେ ହମାସ ଆକ୍ରମଣକୁ ଇରାନ ସମର୍ଥନ କରିବା ସହ ଅସ୍ତ୍ରଶସ୍ତ୍ର ଯୋଗାଇ ଦେଉଥିବା ଜଣାପଡ଼ିଛି।
Trending
- ବ୍ୟକ୍ତିଗତ କାରଣରୁ ରାଜ୍ୟ ବାହାରକୁ କିମ୍ବା ବିଦେଶ ଯିବା ପାଇଁ ଅତି କମ୍ ରେ ୨୧ ଦିନ ପୂର୍ବରୁ ଛୁଟି ଆବେଦନ କରିବାକୁ ନିର୍ଦ୍ଦେଶ ଜାରି
- ବାହୁଡ଼ା ଯାତ୍ରା ବେଳେ ପୁଣି ଜଣେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ, ମୃତକ ଜଣକ କଟକର ଅବିରାମ ଦାସ
- ପେପର ଲିକ୍ ପାଇଁ ଦୋଷୀ ସାବ୍ୟସ୍ତ ହୋଇଥିବା ଲୋକଙ୍କୁ ୧୦ ବର୍ଷ ଜେଲ୍ ଦଣ୍ଡ ଏବଂ ୧୦ କୋଟିର ଜରିମାନା ଦେବାକୁ ପଡ଼ିବ
- ଆଜି ପବିତ୍ର ବାହୁଡ଼ା ଯାତ୍ରା, କାଳିଆର ପହଣ୍ଡି ବିଜେ ,ସାଆନ୍ତକୁ ଦେଖିବା ପାଇଁ କାହିଁ କେତେ ଦୂରରୁ ଧାଇଁ ଆସିଛି ଭକ୍ତ
- ଅଗଷ୍ଟ ୧୬ରେ ଡିଜିପି ଖୁରାନିଆଙ୍କ ଅବସର,ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି
- ୨୬ ଦିନର ଅନଶନ ଭାଙ୍ଗିଲେ ସୋନମ ୱାଙ୍ଗଚୁକ,ଅହିଂସାର ପଥରେ ଆନ୍ଦୋଳନ ଜାରି ରଖିବାକୁ ଦେଲେ ଆହ୍ୱାନ
- ଆଜି ପବିତ୍ର ବାହୁଡ଼ା ଯାତ୍ରା , ଜନ୍ମବେଦୀରୁ ଶ୍ରୀମନ୍ଦିରକୁ ଫେରିବେ ଚତୁର୍ଦ୍ଧାବିଗ୍ରହ
- ଆସନ୍ତାକାଲି ଶ୍ରୀମନ୍ଦିରକୁ ବାହୁଡ଼ିବେ ଶ୍ରୀଜିଉ,ଆଜି ନବମୀ ତିଥିରେ ସନ୍ଧ୍ୟା ଦର୍ଶନ କରିବେ ଭକ୍ତ
- ଛାତ୍ରଙ୍କ ସମର୍ଥନରେ ବାହାରିଲେ ସାମାଜିକ କାର୍ଯ୍ୟକର୍ତ୍ତା ଆନ୍ନା ହଜାରେ,ମହାତ୍ମା ଗାନ୍ଧିଙ୍କ ପ୍ରତିମା ନିକଟରେ ୨ ଘଣ୍ଟା ମୌନ ବ୍ରତ କରିଛନ୍ତି ଆନ୍ନା
- ବିଲକୁ ଓଲଟିଲା ଘରୋଇ ବସ୍,୪୦ ଆହତ
Prev Post
Next Post