ରୁଷ୍ରେ ଇସ୍ଲାମିକ ଷ୍ଟେଟ୍ (ଆଇଏସ୍) ଆତଙ୍କବାଦୀଙ୍କ ଭୟଙ୍କର ଆକ୍ରମଣ ପୁଣିଥରେ ସମଗ୍ର ବିଶ୍ବରେ ଆତଙ୍କବାଦକୁ ନେଇ ନୂଆ ଭୟ ସଂଚାର କରିଛି। ମସ୍କୋର ଏକ କନ୍ସର୍ଟ ହଲ୍ରେ ଆତଙ୍କବାଦୀଙ୍କ ଗୁଳିରେ ୧୪୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ଇସ୍ଲାମିକ ଷ୍ଟେଟ୍ କାହିଁକି ରୁଷ୍କୁ ଟାର୍ଗେଟ କଲା ବୋଲି ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି। ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପଞ୍ଚମ ଥର କ୍ଷମତାକୁ ଆସିବାର କିଛି ଦିନ ପରେ ଆଫଗାନିସ୍ତାନରୁ ସଂଚାଳିତ ହେଉଥିବା ଆଇଏସ୍ଆଇଏସ୍-କେ ଏହି ଆକ୍ରମଣ କରିଛି। ୨୦୧୫ରେ ସିରିଆ ଗୃହଯୁଦ୍ଧରେ ରାଷ୍ଟ୍ରପତି ପୁଟିନଙ୍କ ହସ୍ତକ୍ଷେପ ପରେ ରୁଷ୍ ଏବଂ ଇସ୍ଲାମିକ୍ ଷ୍ଟେଟ୍ ମଧ୍ୟରେ ନିରନ୍ତର ସଂଘର୍ଷ ଚାଲିଛି। ଆଇଏସ୍ର ମୂଳୋତ୍ପାଟନରେ ଉଭୟ ଆମେରିକା ଓ ରୁଷ୍ ବିଫଳ ହୋଇଥିବା ବେଳେ ଏବେ ଆଇଏସ୍ ରୁଷ୍କୁ ଟାର୍ଗେଟ୍ କରିଛି।ପୁଟିନ୍ ଇସ୍ଲାମିକ୍ ଷ୍ଟେଟ୍ ବିରୋଧରେ ସିରିଆ ରାଷ୍ଟ୍ରପତି ବଶର ଅଲ୍ ଅସଦଙ୍କୁ ସମର୍ଥନ କରିଥିଲେ ଏବଂ ଆଇଏସ୍ର ଠିକଣା ଉପରେ ବିମାନ ଆକ୍ରମଣ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହା ପରଠାରୁ ଆଇଏସ୍ ରୁଷ୍ ଉପରେ ଆକ୍ରମଣ ପାଇଁ ସର୍ବଦା ଚେଷ୍ଟାରତ ରହିଛି। ୨୦୨୨ମସିହାରେ ଆଫଗାନିସ୍ତାନର କାବୁଲରେ ଥିବା ରୁଷୀୟ ଦୂତାବାସ ଉପରେ ଆଇଏସଆଇଏସ-କେ ଆତ୍ମଘାତୀ ଆକ୍ରମଣ କରିଥିଲା, ଯେଉଁଥିରେ ଦୁଇ ଜଣ ଦୂତାବାସ କର୍ମଚାରୀଙ୍କ ସମେତ ୮ ଜଣ ପ୍ରାଣ ହରାଇଥିଲେ । ଆଫଗାନିସ୍ତାନରୁ ଆମେରିକୀୟ ସୈନ୍ୟ ପ୍ରତ୍ୟାହାର ପରେ ‘ଆଇଏସ୍ଆଇଏସ୍-କେ’ ନିଜର କାୟାବିସ୍ତାର ପାଇଁ ପର୍ଯ୍ୟାପ୍ତ ସୁଯୋଗ ପାଇଥିବାରୁ ଏବେ ରୁଷ୍ ପ୍ରତି ଆତଙ୍କବାଦୀ ଆକ୍ରମଣ ଭୟ ବଢ଼ିଛି।
Trending
- ପବିତ୍ର ଅକ୍ଷୟ ତୃତୀୟା,ମାଟି ମାଆ ଓ ମା ଲକ୍ଷ୍ମୀଙ୍କ ଆରାଧନା ସହ ଚାଷ ପାଇଁ ଆଜି ହୁଏ ଅଖି ମୁଠି ଅନୁକୂଳ
- ତହସିଲଦାରଙ୍କୁ ଟ୍ରାକ୍ଟର ଚଢ଼ାଇ ହତ୍ୟା ଉଦ୍ୟମ ଘଟଣା;୧୦ଅଭିଯୁକ୍ତଙ୍କୁ ଗିରଫ କରିଛି କୋରେଇ ପୁଲିସ
- ପଓ୍ବନ୍ କଲ୍ୟାଣଙ୍କୁ ଫୋନ୍ କରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୋଦୀ
- ରାସ୍ତା କଡ଼ର ଝାଲମୁଢ଼ି ଖାଇଲେ ମାଦୀ ,ସ୍ବାଦର କଲେ ପ୍ରଶଂସା
- ରାଜଧାନୀର ଶ୍ୟାମପୁରରେ ବେଆଇନ୍ ଜବରଦଖଲ ଉଚ୍ଛେଦ,ଗତ ଦୁଇ ଦିନ ଭିତରେ ୯୨୭ ଘରକୁ ମାଟିରେ ମିଶାଇଛି ବିଡିଏ
- ମହିଳା ସଂରକ୍ଷଣ ବିଲ୍ ସହ ଜଡିତ ସଂଶୋଧନ ବିଲ୍ ପାରିତ ହୋଇ ନପାରିବା ପାଇଁ ବିରୋଧୀଙ୍କୁ ଦାୟୀ କରିଛନ୍ତି ମୋଦୀ
- ଭୁବନେଶ୍ବର ଶ୍ୟାମପୁର ଭୂଦାନ ନଗରରେ ବଡ଼ ଉଚ୍ଛେଦ,ଆଜି ଦ୍ୱିତୀୟ ଦିନରେ ଦେଢ଼ ଶହ ଘର ଭାଙ୍ଗିବାକୁ ଲକ୍ଷ୍ୟ ରଖିଛି ବିଡିଏ
- ଆଶ୍ରମ ସ୍କୁଲର ଛାତ୍ରୀର ମୃତ୍ୟୁ ଘଟଣାରେ ନ୍ୟାୟ ଦାବିରେ ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡ଼ାକାରା ଦେଇଛି ବିଜେଡି
- ଆସନ୍ତାକାଲି କିଟ ବିଶ୍ବବିଦ୍ୟାଳୟରେ ଫେମିନା ମିସ୍ ଇଣ୍ଡିଆ ୨୦୨୬ ଗ୍ରାଣ୍ଡ ଫିନାଲେ
- ଅସହ୍ୟ ଗରମ କାରଣରୁ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା,ଏପ୍ରିଲ ୨୧ ପର୍ଯ୍ୟନ୍ତ ଛୁଟି ଘୋଷଣା କଲେ ଜିଲ୍ଲାପାଳ
Prev Post
Next Post