ଆମେରିକାର ରେନୋରେ ଏକ ଏୟାର ରେସିଂ ଇଭେଣ୍ଟରେ ଅବତରଣ କରିବା ସମୟରେ ଦୁଇଟି ବିମାନ ମୁହାଁମୁହିଁ ଧକ୍କା ହୋଇଛନ୍ତି। ଏହି ଦୁର୍ଘଟଣାରେ ଦୁଇ ପାଇଲଟଙ୍କ ମୃତ୍ୟୁ ଘଟିଛି। ଅଧିକାରୀମାନେ ଏହି ସୂଚନା ପ୍ରଦାନ କରିଛନ୍ତି। ରେନୋ ସିଟି ଏୟାର ରେସିଂ ଆସୋସିଏଶନର ଅଧିକାରୀମାନେ କହିଛନ୍ତି ରବିବାର ଦିନ ଅପରାହ୍ନ ପ୍ରାୟ ୨ଟା ୧୫ ରେ ଟି -୬ ଗୋଲ୍ଡ ରେସ ଫାଇନାଲ ସମୟରେ ଏହି ଦୁଇଟି ବିମାନ ମଝି ଆକାଶରେ ମୁହାଁମୁହିଁ ହୋଇଥିଲେ।ଏହି ଘଟଣା ସମ୍ପର୍କରେ ଅଧିକାରୀଙ୍କ ପାଖରେ ଅନ୍ୟ କୌଣସି ସୂଚନା ଉପଲବ୍ଧ ନାହିଁ। ଅଧିକାରୀ କହିଛନ୍ତି ମୃତ୍ୟୁ ଘଟିଥିବା ପାଇଲଟଙ୍କ ନାମ ପ୍ରକାଶ କରାଯାଇ ନାହିଁ।ଆସୋସିଏଶନର ବୋର୍ଡ ଅଫ ଡାଇରେକ୍ଟର୍ସ ଏବଂ ଟି-୬ ବର୍ଗର ସଭାପତି କହିଛନ୍ତି ରେନୋରେ ଚାଲିଥିବା ଜାତୀୟ ଚାମ୍ପିଅନଶିପ ଏୟାର ରେସର ଅନ୍ତିମ ଦିନରେ ଘଟିଥିବା ଏହି ଦୁର୍ଘଟଣା ସମ୍ପର୍କରେ ମୃତ ପାଇଲଟଙ୍କ ସମ୍ପର୍କୀୟଙ୍କୁ ଜଣାଇବା ପାଇଁ ସେମାନେ କାର୍ଯ୍ୟ କରୁଛନ୍ତି। ଅଧିକାରୀ କହିଛନ୍ତି ଅନ୍ୟ କେହି ଆହତ ହୋଇଥିବା ଖବର ନାହିଁ।
Trending
- ରାଜ୍ୟରେ ୩୦ ତାରିଖ ଯାଏଁ ବସ୍ ଧର୍ମଘଟ ସ୍ଥଗିତ ,ବସ୍ ଭଡ଼ା ବୃଦ୍ଧି ହେବା ନେଇ ଆଜି ବସିଥିବା ଦ୍ୱିପାକ୍ଷିୟ ବୈଠକ ଅପାତତଃ ସଫଳ
- ଆଇଡବ୍ଲୁଟି କୁ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି ଭାରତ, ଯେଉଁ ପର୍ଯ୍ୟନ୍ତ ପାକିସ୍ତାନ ଆତଙ୍କବାଦକୁ ବନ୍ଦ ନ କରିଛି ସେ ପର୍ଯ୍ୟନ୍ତ ଏହି ସନ୍ଧି ସ୍ଥଗିତ ରହିବ
- ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାର ତଦନ୍ତ ସାରି ଦିଲ୍ଲୀ ଫେରିଲା NHRC ଟିମ୍ ,ADG ଦୟାଲ ଗଙ୍ଗୱାରଙ୍କ ସମେତ ଅନ୍ୟ ସମସ୍ତଙ୍କୁ ପଚରାଉଚରା ହୋଇଛି
- ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଚାଲିଥିବା ପରିଚାଳନା କମିଟି ବୈଠକ ଶେଷ,ନୀଳାଦ୍ରି ବିଜେ ପରେ ଗଣତି ମଣତି କାର୍ଯ୍ୟ ହେବ
- ଖାନ ସାରଙ୍କ ବିରୋଧରେ ହତ୍ୟା ଉଦ୍ୟମ ଏବଂ ଅସ୍ତ୍ରଶସ୍ତ୍ର ଆଇନ ଉଲ୍ଲଙ୍ଘନ ଅନୁଯାୟୀ ଏକ ମାମଲା ରୁଜୁ
- ରାଜ୍ୟସଭା ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ କଲେ ଦେବାଶିଷ ସାମନ୍ତରାୟ
- କନଷ୍ଟେବଳ ସୌମ୍ୟରଞ୍ଜନ ମୃତ୍ୟୁ ଘଟଣା: ଆଜି NHRC ତଦନ୍ତର ଶେଷ ଦିନ
- ନବ ନିର୍ମିତ ତାଳବଣିଆ ଥାନା କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଓଡ଼ିଶା ପାଇଁ ହେବାକୁ ଥିବା ରାଜ୍ୟସଭା ଉପନିର୍ବାଚନରେ ଦେବାଶିଷଙ୍କୁ ପ୍ରାର୍ଥୀ କଲା ବିଜେପି
- ଭାରତ ଓ ରୁଷ ମଧ୍ୟରେ ବଡ଼ ଧରଣର ବିମାନ ଚୁକ୍ତି ସ୍ୱାକ୍ଷରିତ
Prev Post
Next Post