ଆମେରିକାର ରେନୋରେ ଏକ ଏୟାର ରେସିଂ ଇଭେଣ୍ଟରେ ଅବତରଣ କରିବା ସମୟରେ ଦୁଇଟି ବିମାନ ମୁହାଁମୁହିଁ ଧକ୍କା ହୋଇଛନ୍ତି। ଏହି ଦୁର୍ଘଟଣାରେ ଦୁଇ ପାଇଲଟଙ୍କ ମୃତ୍ୟୁ ଘଟିଛି। ଅଧିକାରୀମାନେ ଏହି ସୂଚନା ପ୍ରଦାନ କରିଛନ୍ତି। ରେନୋ ସିଟି ଏୟାର ରେସିଂ ଆସୋସିଏଶନର ଅଧିକାରୀମାନେ କହିଛନ୍ତି ରବିବାର ଦିନ ଅପରାହ୍ନ ପ୍ରାୟ ୨ଟା ୧୫ ରେ ଟି -୬ ଗୋଲ୍ଡ ରେସ ଫାଇନାଲ ସମୟରେ ଏହି ଦୁଇଟି ବିମାନ ମଝି ଆକାଶରେ ମୁହାଁମୁହିଁ ହୋଇଥିଲେ।ଏହି ଘଟଣା ସମ୍ପର୍କରେ ଅଧିକାରୀଙ୍କ ପାଖରେ ଅନ୍ୟ କୌଣସି ସୂଚନା ଉପଲବ୍ଧ ନାହିଁ। ଅଧିକାରୀ କହିଛନ୍ତି ମୃତ୍ୟୁ ଘଟିଥିବା ପାଇଲଟଙ୍କ ନାମ ପ୍ରକାଶ କରାଯାଇ ନାହିଁ।ଆସୋସିଏଶନର ବୋର୍ଡ ଅଫ ଡାଇରେକ୍ଟର୍ସ ଏବଂ ଟି-୬ ବର୍ଗର ସଭାପତି କହିଛନ୍ତି ରେନୋରେ ଚାଲିଥିବା ଜାତୀୟ ଚାମ୍ପିଅନଶିପ ଏୟାର ରେସର ଅନ୍ତିମ ଦିନରେ ଘଟିଥିବା ଏହି ଦୁର୍ଘଟଣା ସମ୍ପର୍କରେ ମୃତ ପାଇଲଟଙ୍କ ସମ୍ପର୍କୀୟଙ୍କୁ ଜଣାଇବା ପାଇଁ ସେମାନେ କାର୍ଯ୍ୟ କରୁଛନ୍ତି। ଅଧିକାରୀ କହିଛନ୍ତି ଅନ୍ୟ କେହି ଆହତ ହୋଇଥିବା ଖବର ନାହିଁ।
Trending
- ଆସନ୍ତାକାଲି ସମ୍ବଲପୁରରେ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଶିବିର
- ଈଶାନଙ୍କ ପ୍ରେମରେ ଆଲିଆଙ୍କ ବଡ଼ ଭଉଣୀ
- ଶୁଭମନ ଗିଲଙ୍କ ଉପରେ ଲାଗିଲା ଜୋରିମାନା
- ମହାନଦୀର ଗଭୀର ଜଳ ରାଶି ଭିତରେ ଚେସ ଖେଳିଲେ ସୂର୍ଯ୍ୟବଂଶୀ ସୂରଜ
- ବିବାହ ବନ୍ଧନରେ ବାନ୍ଧି ହେଲେ କେଜ୍ରିଓ୍ବାଲଙ୍କ ଝିଅ ହର୍ଷିତା
- ପୁରୀ ଚନ୍ଦନା ଯାତ୍ରାରେ ବାଣରେ ଲାଗିଲା ରୋକ
- ଆଜି ଓଡିଶା ଆସିବେ ପି.କେ. ମିଶ୍ର
- ସ୍ମାର୍ଟ ସିଟି ଓ ଟ୍ଵିନ୍ ସିଟିରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା
- ନରେନ୍ଦ୍ର ମୋଦୀଙ୍କୁ ଭେଟି ୱାକଫ ସଂଶୋଧନ ଆଇନ ପାଇଁ ଧନ୍ୟବାଦ ଜଣାଇଛନ୍ତି ଦାଉଦୀ ବୋହରା ସମ୍ପ୍ରଦାୟର ଲୋକମାନେ
- କେନ୍ଦ୍ର ସରକାରଙ୍କ ଉଦ୍ୟମରେ ଆଜି ଓଡ଼ିଶାକୁ ୪୦୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ବର ପ୍ରକଳ୍ପ ଭେଟି ମିଳିଛି- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
Prev Post
Next Post